www.samajalive.in
Sunday, December 14, 2025
23.1 C
Bhubaneswar

ମୋଦୀଙ୍କୁ ରୁଷ୍‌ର ସର୍ବୋଚ୍ଚ ବେସାମରିକ ସମ୍ମାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ୍‌ର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ହୋଲି ଆପୋଷ୍ଟଲ ଆଣ୍ଡ୍ର୍ୟୁ’ ପାଇବାକୁ ମନୋନୀତ ହୋଇଛନ୍ତି। ଏ ସମ୍ପର୍କରେ ନୂଆଦିଲ୍ଲୀସ୍ଥିତ ରୁଷ୍ ଦୂତାବାସ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି। ରୁଷ୍ ଦୂତାବାସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଏ ସମ୍ପର୍କିତ ନିର୍ଦେଶନାମାରେ ସ୍ବାକ୍ଷର କରିଛନ୍ତି। ଭାରତ-ରୁଷ୍ ସମ୍ପର୍କରେ ଉନ୍ନତି ଆଣିବାରେ ମୋଦୀଙ୍କ ଉଲ୍ଲେଖନୀୟ ଭୂମିକା ପାଇଁ ଏହି ସମ୍ମାନ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ କାର୍ୟ୍ୟକାଳ ମଧ୍ୟରେ ମୋଦୀଙ୍କର ଏହା ୮ମ ଆନ୍ତର୍ଜାତିକ ସମ୍ମାନ। ‘ ହୋଲି ଆପୋଷ୍ଟଲ ଆଣ୍ଟ୍ର୍ୟୁ’ ପୁରସ୍କାର ରୁଷ୍‌ର ସର୍ବୋଚ୍ଚ ବେସାମରିକ ସମ୍ମାନ। ସପ୍ତଦଶ ଶତାବ୍ଦୀର ଶେଷ ଭାଗରେ ସାର୍‌ ପିଟର ୧ ଏହି ପୁରସ୍କାର ସ୍ଥାପନ କରିଥିଲେ। ଆପୋଷ୍ଟଲ ଆଣ୍ଡ୍ର୍ୟୁଙ୍କ ସମ୍ମାନାର୍ଥେ ଏହି ପୁରସ୍କାର ସ୍ଥାପନ କରାଯାଇଥିଲା। ବିଦେଶୀ ରାଷ୍ଟ୍ରନେତାଙ୍କ ମଧ୍ୟରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ, କାଜାଖସ୍ତାନ ରାଷ୍ଟ୍ରପତି ନୂରସୁଲତାନ ନାଜରବାୟେଭ, ଆଜାରବାଇଜାନର ରାଷ୍ଟ୍ରପତି ହେଦର ଆଲିୟେଭ ପ୍ରମୁଖ ଏହି ପୁରସ୍କାର ପାଇଛନ୍ତି। ଏପ୍ରିଲ ୪ରେ ୟୁଏଇ ରାଷ୍ଟ୍ରପତି ଜାୟେଦ ବିନ ସୁଲତାନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜାୟେଦ ମେଡାଲରେ ସମ୍ମାନିତ କରିଥିଲେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories