www.samajalive.in
Saturday, December 13, 2025
26.1 C
Bhubaneswar

ରାହୁଲଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା

ନୂଆଦିଲ୍ଲୀ: ରାଫେଲ ଯୁଦ୍ଧବିମାନ କ୍ରୟ ବୁଝାମଣା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେବା ଅଭିଯୋଗରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାମରେ ଅଦାଲତ ଅବମାନନା ମାମଲା ରୁଜୁ ହୋଇଛି। ବିଜେପି ସାଂସଦ ମୀନାକ୍ଷୀ ଲେଖୀ ଶୁକ୍ରବାର ସୁପ୍ରିମକୋର୍ଟରେ ଏହି ମାମଲା ରୁଜୁ କରିଛନ୍ତି। ଚୌକିଦାର ଚୋର ହୈ ବୋଲି ସୁପ୍ରିମକୋର୍ଟ କହିଥିବା ରାହୁଲ ମନ୍ତବ୍ୟ ଦେଇଛନ୍ତି ବୋଲି ଲେଖୀଙ୍କ ଓକିଲ ଆବେଦନରେ ଦର୍ଶାଇଛନ୍ତି। ଏହା ଉପରେ ଏପ୍ରିଲ ୧୫ରେ ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ ଶୁକ୍ରବାର କହିଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ପୀଠଙ୍କୁ ଲେଖିଙ୍କ ଓକିଲ ମୁକୁଲ ରହତୋଗି କହିଛନ୍ତି ଯେ ରାଫେଲ ମାମଲାରେ ସରକାରଙ୍କ କେତେକ ପ୍ରାରମ୍ଭିକ ଆପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଥିବା ବେଳେ ରାହୁଲ ଅଦାଲତଙ୍କ ରାୟର ଭୁଲ ଅର୍ଥ ବାହାର କରିଛନ୍ତି। ଏହି ରାୟ ପରିପ୍ରେକ୍ଷୀରେ ଜାତୀୟ ଗଣମାଧ୍ୟମ ଓ ଟେଲିଭିଜନ ଚାନେଲରେ ବିବାଦୀୟ ମନ୍ତବ୍ୟ ଦେଇ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିବାକୁ ଉଦ୍ୟମ କରିଛନ୍ତି ବୋଲି ଲେଖୀ ଦର୍ଶାଇଛନ୍ତି। ଉଲ୍ଲେଖ ଯେ ରାଫେଲ ମାମଲାରେ ଏପ୍ରିଲ ୧୦ରେ ଶୁଣାଣି ବେଳେ ଗଣମାଧ୍ୟମର ସ୍ବାଧୀନତା ପ୍ରତି ସର୍ବସମ୍ମତିକ୍ରମେ ସମର୍ଥନ ପ୍ରଦାନ କରିଥିଲେ। ରାଫେଲ ବିମାନ ମୂଲ୍ୟ ସମ୍ବନ୍ଧୀୟ ଦସ୍ତାବିଜ ଗୋପନୀୟ ବୋଲି କେନ୍ଦ୍ର ଦର୍ଶାଇଥିବା ଯୁକ୍ତିକୁ ସୁପ୍ରିମକୋର୍ଟ ଖାରଜ କରିଥିଲେ। ଏଥିସହ ରାଫେଲ ସମ୍ବନ୍ଧୀୟ ସମସ୍ତ ମାମଲା ରଦ୍ଦ କରିବାକୁ ୨୦୧୮ ଡିସେମ୍ବର ୧୪ ରାୟ ବିରୋଧୀ ସମୀକ୍ଷା ଆବେଦନର ଶୁଣାଣି ବେଳେ ପ୍ରମୁଖ ଗଣମାଧ୍ୟମ ‘ଦି ହିନ୍ଦୁ’ରେ ପ୍ରକାଶିତ ରାଫେଲ କାରବାର ସମ୍ବନ୍ଧୀୟ ଦସ୍ତାବିଜକୁ ପ୍ରମାଣ ଭାବେ ଗ୍ରହଣ କରାଯିବ ବୋଲି ସୁପ୍ରିମକୋର୍ଟ ଗତ ସପ୍ତାହରେ ରାୟ ଦେଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories