www.samajalive.in
Thursday, December 11, 2025
16.1 C
Bhubaneswar

ଶାନ୍ତିରକ୍ଷା ପାଇଁ ପୋପ୍‌ଙ୍କ ଅଦ୍ଭୂତ ନିବେଦନ

ଭାଟିକାନ୍‌ ସିଟି: ଶାନ୍ତିରକ୍ଷା ପାଇଁ ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସ୍‌ଙ୍କ ଅଦ୍ଭୂତ ନିବେଦନ ରାଷ୍ଟ୍ରନେତାମାନଙ୍କୁ ବିସ୍ମିତ କରିଛି। ଦକ୍ଷିଣ ସୁଦାନରେ ଦେଖାଦେଇଥିବା ଅଶାନ୍ତ ବାତାବରଣ ଦୂରୀକରଣ ପାଇଁ ଏବଂ ଗୃହଯୁଦ୍ଧ ପରିସ୍ଥିତିକୁ ନ ଫେରିବା ପାଇଁ ୮୨ବର୍ଷୀୟ ପୋପ୍‌ ଏହାର ନେତାମାନଙ୍କୁ ନିବେଦନ କରିଛନ୍ତି। ଏଥିପାଇଁ ହଠାତ୍‌ ସେ ନିଜ ସହଯୋଗୀଙ୍କ ସହାୟତାରେ ନଇଁପଡ଼ି ପରସ୍ପର ବିରୋଧୀ ଦକ୍ଷିଣ ସୁଦାନର ନେତାଙ୍କ ପାଦକୁ ଚୁମ୍ବନ ଦେବା ଭଳି ନାଟକୀୟ ନିବେଦନରେ ଏହି ନେତାମାନେ କିଂ କର୍ତ୍ତବ୍ୟବିମୂଢ଼ ହୋଇଯାଇଥିବା ଲକ୍ଷ୍ୟ କରାଯାଇଛି।

ଭାଟିକାନ୍‌ ସିଟିଠାରେ ଦକ୍ଷିଣ ସୁଦାନ ରାଷ୍ଟ୍ରପତି ସାଲ୍‌ଭା କିର୍‌, ପୂର୍ବତନ ଉପରାଷ୍ଟ୍ରପତି ତଥା ସାଲ୍‌ଭାଙ୍କ ବିରୋଧୀ ରିକ୍‌ ମାଚ୍ଚାର ଓ ଅନ୍ୟ ତିନି ଜଣ ଉପରାଷ୍ଟ୍ରପତି ପୋପ୍‌ଙ୍କ ସହିତ ଆଲୋଚନା କରିବା ପାଇଁ ଉପସ୍ଥିତ ଥିଲେ। ନିଜ ମଧ୍ୟରେ ବୁଝାମଣା ପୂର୍ବକ ଆସନ୍ତା ମାସରେ ସେମାନେ ମିଳିତ ସରକାର ଗଠନ ପାଇଁ ନିଷ୍ପତ୍ତି ନେଇଥିଲେ। ଏହି ଆଲୋଚନା ସମୟରେ ହଠାତ୍‌ ପୋପ୍‌ ନିଜ ସହାୟକଙ୍କ ସହଯୋଗରେ ଆଣ୍ଠେଇ ପଡ଼ିଥିଲେ। କେହି କିଛି ବୁଛିବା ପୂର୍ବରୁ ପୋପ୍‌ ଦୁଇ ବିରୋଧୀ ନେତାଙ୍କ ପାଦ ତଥା ଜୋତାକୁ ଚୁମ୍ବନ ଦେଇ ଗୃହଯୁଦ୍ଧକୁ ନ ଫେରିବା ଓ ଶାନ୍ତି ରକ୍ଷା ପାଇଁ ଆବେଗପୂର୍ଣ୍ଣ ନିବେଦନ କରିଥିଲେ। ‘ମୁଁ ତୁମାମାନଙ୍କୁ ଭାଇ ଭଳି ନିବେଦନ କରୁଛି, ତୁମେମାନେ ଶାନ୍ତିରେ ଅବସ୍ଥାନ କର। ହାର୍ଦ୍ଦିକ ଭାବେ ଚାହୁଁଛି ଯେ ତୁମେମାନେ ପ୍ରଗତି ପଥରେ ଆଗେଇଚାଲ। ଅନେକ ସମସ୍ୟା ଆସିବ; କିନ୍ତୁ ସେଗୁଡ଼ିକ ଆମକୁ ବଳାଇଯିବ ନାହିଁ। ଏହାର ସମାଧାନ ପାଇଁ ନିଜେ ମିଳିତ ପ୍ରୟାସ କର। ସମସ୍ତ ଦ୍ବିଧା, ମତାନ୍ତର ଓ ମନାନ୍ତରକୁ ନିଜ ମଧ୍ୟରେ ହିଁ ଚାପିରଖ;ଦେଶ ଓ ଜନତାଙ୍କ ହିତ ପାଇଁ ନିଜ କାର୍ୟ୍ୟାଳୟରୁ ଏହା ବାହାରକୁ ନ ଯାଉ। ଜନତାଙ୍କ ମଧ୍ୟରେ ନିଜର ଏକତା ପ୍ରଦର୍ଶନ କର; ଦେଖିବ ତୁମେମାନେ ରାଷ୍ଟ୍ରପତି ହୋଇଯିବ।’ ନେତାମାନଙ୍କ ପାଦକୁ ଧରି ପୋପ୍‌ ଏଭଳି କହିଲାବେଳେ ସେମାନେ ବିସ୍ମିତ ହୋଇପଡ଼ିଥିଲେ। ସେମାନେ କ’ଣ କରିବେ ହଠାତ୍‌ କିଛି ବୁଝିପାରି ନ ଥିଲେ। ଆଣ୍ଠୁ ଯନ୍ତ୍ରଣା ଭୋଗୁ୍‌ଥିବା ପୋପ୍‌ଙ୍କୁ ଉଠାଇବା ପାଇଁ ଉଦ୍ୟମ କଲାବେଳେ ଅନ୍ୟମାନେ ଘଟଣାସ୍ଥଳରେ ଜମା ହୋଇଯାଇଥିଲେ।

- Advertisement -

ଗୁରୁବାର ପଡ଼ୋଶୀ ସୁଦାନରେ ଘଟିଥିବା ସାମରିକ ବିଦ୍ରୋହ ଦକ୍ଷିଣ ସୁଦାନରେ କିଛି ଦିନ ପୂର୍ବେ ଶେଷ ହୋଇଥିବା ପାଞ୍ଚ ବର୍ଷର ଗୃହଯୁଦ୍ଧକୁ ପୁନର୍ବାର ତେଜାିବାର ଆଶଙ୍କା ଥିବାରୁ ପୋପ୍‌ ଏଭଳି ଆବେଗିକ ଆବେଦନ କରିଥିବା ସେମାନେ ହୃଦୟଙ୍ଗମ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଭାଟିକାନ୍‌ର ଉଦ୍ୟମ ଦ୍ବାରା ହିଁ ଦକ୍ଷିଣ ସୁଦାନ ଗୃହଯୁଦ୍ଧର ଏକରକମ ସମାପ୍ତ ହୋଇଛି। ପୋପ୍‌ ଦେଶର ଉଭୟ ଗୋଷ୍ଠୀର ନେତାଙ୍କୁ ଡକାଇ ୨୪ଘଣ୍ଟା କାଳ ପ୍ରାର୍ଥନା ମାଧ୍ୟମରେ ଶାନ୍ତି ଆଲୋଚନା କରିଥିଲେ। ମୁସଲମାନ ବହୁଳ ସୁଦାନରେ ମୁସଲମାନ ଓ ଖ୍ରୀଷ୍ଟିଆନ୍‌ ମଧ୍ୟରେ ଯୁଦ୍ଧ ଲାଗିବା ଦ୍ବାରା ୨୦୧୧ରେ ଖ୍ରୀଷ୍ଟିଆନ୍‌ ବହୁଳ ଦକ୍ଷିଣ ସୁଦାନ ସ୍ବାଧୀନ ରାଷ୍ଟ୍ର ଭାବେ ଜନ୍ମ ନେଇଥିଲା; କିନ୍ତୁ ଏହି ରାଷ୍ଟ୍ରରେ ଦୁଇ ଗୋଷ୍ଠୀ ମଧ୍ୟରେ ଲଢ଼େଇ ତୀବ୍ର ରୂପ ନେଇ ଗୃହଯୁଦ୍ଧରେ ପରିଣତ ହୋଇଥିଲା। ଏଥିରେ ପ୍ରାୟ ୪ଲକ୍ଷ ଜନତା ପ୍ରାଣ ହରାଇଥିଲେ ଓ ୧୨ ନିୟୁତ ଜନତା ବାସହୀନ ହୋଇଥିଲେ। ଗତ ସେପ୍ଟେମ୍ବରରେ ଦୁଇ ପକ୍ଷ ନିଜ ମଧ୍ୟରେ ବୁଝାମଣା​‌େ​‌ର ଉପନୀତ ହେବା ପରେ ଗୃହଯୁଦ୍ଧର ଅବସାନ ଘଟିଥିଲା। ଏ କ୍ଷେତ୍ରରେ ପୋପ୍‌ ପ୍ରମୁଖ ଭୂମିକା ତୁଲାଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories