www.samajalive.in
Tuesday, December 9, 2025
15.1 C
Bhubaneswar

ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସେକ୍‌ ନଦୀମ୍‌ ଆହତ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲା ପାଟକୁରା ଥାନା ଅନ୍ତର୍ଗତ ଅର୍ଜୁନପୁର ଛକ ଠାରେ ଏନକାଉଣ୍ଟର ହୋଇଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ସେକ ନଦିମ୍ ଆହତ ହୋଇଛି। ତାର ବାମ ଗୋଡରେ ଦୁଇଟି ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ନଦିମ୍‌କୁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତା ନିକଟରୁ ଗୁଳି ଭର୍ତ୍ତି ହୋଇଥିବା ଗୋଟିଏ ପିସ୍ତଲ ଓ ସ୍କୁଟି ଜବତ କରାଯାଇଛି। ନଦିମ୍‌ ନାମରେ ବିଭିନ୍ନ ଥାନାରେ ୧୦ରୁ ଅଧିକ ଅପରାଧୀକ ମାମଲା ରହିଥିବାର ଜଣାପଡିଛି।

ସୂଚନାଯୋଗ୍ୟ ଯେ, ଶନିବାର ଭୋର ସମୟରେ ନଦୀମ ନିଜ ସହଯୋଗୀକୁ ବନ୍ଧୁକ ଦେବାକୁ କ୍ରିଷ୍ଣାନନ୍ଦପୁର ଗ୍ରାମକୁ ଆସିଥିଲା। ସେହି ସମୟରେ ତାର ପାଟକୁରା ଥାନା ପୁଲିସ ସହ ମୁହାଁମୁହିଁ ହୋଇଥିଲା। ସେ ପୁଲିସକୁ ଦେଖି ଖସି ପଳାଉଥିଲା। ସେହି ସମୟରେ ପାଟକୁରା ଥାନା ପୁଲିସ ଓ ସ୍ପେଶାଲ ସ୍କ୍ବାଡ ମିଳିତ ଭାବେ ତାକୁ ଏନକାଉଣ୍ଟର କରିଥିଲେ।

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories