www.samajalive.in
Tuesday, December 9, 2025
16.1 C
Bhubaneswar

ଟ୍ରକକୁ ପଛ ପଟୁ ପିଟିଲା ବସ, ଜଣେ ମୃତ, ୨ଗୁରୁତର

ବାଲେଶ୍ବର : ସୋରର ୧୬ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତ ହୋଇଥିବା ଜଣାପଡିଛି। ବୁଧବାର ବିଳମ୍ବିତ ରାତି ପ୍ରାୟ ୨ଟା ୩୦ମିନିଟରେ ଏହି ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣକ ବସର ହେଲପର ମୟୂରଭଞ୍ଜର ରାଇରଙ୍ଗପୁରର ମନୁ ଟୁଡୁ ବୋଲି ଜଣାପଡିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବସଟିକୁ ଜବତ କରିଛି।

ସୂଚନାଯୋଗ୍ୟ ଯେ, ବୁଧବାର ବିଳମ୍ବିତ ରାତିରେ ବାରିକପୁର ଠାରେ ଏକ ଟ୍ରକ ଛିଡା ହୋଇଥିଲା। ସେହି ସମୟରେ ବସଟି ଭୁବନେଶ୍ବରରୁ ବାରିପଦା ଯାଉଥିବା ବେଳେ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା। ଫଳରେ ୩ଜଣ ଦୁର୍ଘଟଣାରେ ଆହତ ହୋଇଥିଲେ। ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ବାଲେଶ୍ବର ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ବସର ହେଲପର ମନୁର ମୃତ୍ୟୁ ହୋଇଯାଇଛି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories