ବ୍ରୋକଲି ପନୀର ଟିକ୍କା
ଆବଶ୍ୟକ ସାମଗ୍ରୀ :
ବ୍ରୋକଲି
ପନୀର
ପିଆଜ, ରସୁଣ
କଞ୍ଚା ଲଙ୍କା
ଓଟସ୍
ତେଲ
ପ୍ରସ୍ତୁତ ପ୍ରଣାଳୀ :
ପ୍ରଥମେ ଗ୍ୟାସରେ ଏକ କଡେଇ ବସାଇ ଗରମ କରନ୍ତୁ। କଡେଇ ଗରମ ହେବା ପରେ ସେଥିରେ ପିଆଜ, ରସୁଣ ଓ କଞ୍ଚା ଲଙ୍କା ପକାଇ ୨ମିନିଟ ଭାଜନ୍ତୁ। ତାପରେ ସେଥିରେ କାଟିଥିବା ବ୍ରୋକଲି ଓ ଲୁଣ ପକାଇ ୫ମିନିଟ ଭାଜନ୍ତୁ। ନିର୍ଦ୍ଧାରିତ ସମୟ ପରେ ଗ୍ୟାସ ବନ୍ଦ କରି ବ୍ରୋକଲିକୁ ଏକ ପାତ୍ରକୁ କାଢି ରଖି ଦିଅନ୍ତୁ। ତାପରେ ସେହି ବ୍ରୋକଲିରେ ଓଟସ୍ ଓ ପନୀର ନେଇ ଭଲ ଚକଟି ମିଶ୍ରଣ ପ୍ରସ୍ତୁତ କରନ୍ତୁ। ସେହି ମିଶ୍ରଣକୁ ବଲ ଆକୃତିର କରି ରଖି ଦିଅନ୍ତୁ। ତାପରେ ଗ୍ୟାସରେ ତାୱା ବସାଇ ତେଲ ପକାଇ ଗରମ କରନ୍ତୁ। ତାୱା ଗରମ ହୋଇଗଲା ପରେ ରଖିଥିବା ବଲକୁ ପକାଇ ସେକି ଦିଅନ୍ତୁ। ଉଭୟ ପାର୍ଶ୍ବ ଭଲ ଭାବେ ସେକି ହୋଇଗଲେ ତାକୁ ପାତ୍ରକୁ କାଢି ରଖନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ବ୍ରୋକଲି ପନୀର ଟିକ୍କା। ଏହାକୁ ଟମାଟୋ ଓ ଚିଲ୍ଲି ସସ୍ ସହ ଖାଇପାରିବେ।