ବାରଣାସୀରୁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ଲଢିବେ ବହିଷ୍କୃତ ହୋଇଥିବା ବିଏସ୍‌ଏଫ୍‌ ଯବାନ !

0

ରୋହତକ ..- ଖରାପ ଖାଦ୍ୟ ଦିଆଯାଉଥିବା ଅଭିଯୋଗରେ ସାମାଜିକ ଗଣମାଧ୍ୟମରେ ଭିଡିଓ ଅପ୍‌ଲୋଡ କରି ବିଏସ୍‌ଏଫ୍‌ରୁ  ବହିଷ୍କୃତ ହୋଇଥିବା ଯବାନ ତେଜବାହାହୁର ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପକ୍ଷରେ ବାରଣାସୀରୁ ପ୍ରାର୍ଥୀ ହେବେ ବୋଲି ସୂଚନା ଦେଇଛନ୍ତି  । ବିଭିନ୍ନ ରାଜନୈତିକ ଦଳ ତାଙ୍କୁ  ପ୍ରାର୍ଥୀ କରିବା ପାଇଁ ଇଛୁକ ଅଛନ୍ତି  ବୋଲି  ସେ କହିଛନ୍ତି । ଆସନ୍ତା ନିର୍ବାଚନରେ ସେ ସ୍ୱାଧୀନ ଭାବେ ବାରଣାସୀରୁ ନିର୍ବାଚନ ଲଢିବେ ବୋଲି କହିଛନ୍ତି ।

prayash

ତେଜବାହାଦୂରଙ୍କ  ଘର ହରିୟାନାର ରେଓ୍ୱାରୀ ଜିଲ୍ଲାରେ ।  ସେ ହାରିବା କିମ୍ବା ଜିତିବା ପାଇଁ ନିର୍ବାଚନ ଲଢିବେ ନାହିଁ , କେବଳ ଲୋକଙ୍କୁ   ସଚେତନ କରିବା ପାଇଁ ନିର୍ବାଚନ ଲଢୁଥିବା କହିଛନ୍ତି ।

ସାମାଜିକ ଗଣମାଧ୍ୟମରେ ଭିଡିଓ ଅପ୍‌ଲୋଡ କରିବା ପରେ  ତାଙ୍କୁ ବହିଷ୍କୃତ  କରାଯାଇଥିଲା । ଏହାପରେ ସେ ଅଦାଲତଙ୍କର ଦ୍ୱାରସ୍ଥ ହୋଇଛନ୍ତି। ଏବେ ସେହି ମାମଲା ବିଚାରଧୀନ ଅଛି ।

 

kalyan agarbati
Leave A Reply