ବାରଣାସୀରୁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ଲଢିବେ ବହିଷ୍କୃତ ହୋଇଥିବା ବିଏସ୍ଏଫ୍ ଯବାନ !
ରୋହତକ ..- ଖରାପ ଖାଦ୍ୟ ଦିଆଯାଉଥିବା ଅଭିଯୋଗରେ ସାମାଜିକ ଗଣମାଧ୍ୟମରେ ଭିଡିଓ ଅପ୍ଲୋଡ କରି ବିଏସ୍ଏଫ୍ରୁ ବହିଷ୍କୃତ ହୋଇଥିବା ଯବାନ ତେଜବାହାହୁର ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପକ୍ଷରେ ବାରଣାସୀରୁ ପ୍ରାର୍ଥୀ ହେବେ ବୋଲି ସୂଚନା ଦେଇଛନ୍ତି । ବିଭିନ୍ନ ରାଜନୈତିକ ଦଳ ତାଙ୍କୁ ପ୍ରାର୍ଥୀ କରିବା ପାଇଁ ଇଛୁକ ଅଛନ୍ତି ବୋଲି ସେ କହିଛନ୍ତି । ଆସନ୍ତା ନିର୍ବାଚନରେ ସେ ସ୍ୱାଧୀନ ଭାବେ ବାରଣାସୀରୁ ନିର୍ବାଚନ ଲଢିବେ ବୋଲି କହିଛନ୍ତି ।
ତେଜବାହାଦୂରଙ୍କ ଘର ହରିୟାନାର ରେଓ୍ୱାରୀ ଜିଲ୍ଲାରେ । ସେ ହାରିବା କିମ୍ବା ଜିତିବା ପାଇଁ ନିର୍ବାଚନ ଲଢିବେ ନାହିଁ , କେବଳ ଲୋକଙ୍କୁ ସଚେତନ କରିବା ପାଇଁ ନିର୍ବାଚନ ଲଢୁଥିବା କହିଛନ୍ତି ।
ସାମାଜିକ ଗଣମାଧ୍ୟମରେ ଭିଡିଓ ଅପ୍ଲୋଡ କରିବା ପରେ ତାଙ୍କୁ ବହିଷ୍କୃତ କରାଯାଇଥିଲା । ଏହାପରେ ସେ ଅଦାଲତଙ୍କର ଦ୍ୱାରସ୍ଥ ହୋଇଛନ୍ତି। ଏବେ ସେହି ମାମଲା ବିଚାରଧୀନ ଅଛି ।