ଇସ୍ପାତ କାରଖାନାରେ ପାଗଳ କୁକୁର ଆତଙ୍କ ; ୧୨ ଆହତ

0

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା ପରିସରରେ ପାଗଳ କୁକୁର ଆତଙ୍କ ଦେଖିବାକୁ ମିଳିଛି । ଦୁଇଟି ପାଗଳ କୁକୁର କାମୁଡାରେ ପ୍ରାୟ ୧୨ ଜଣ ଲୋକ ଆହତ ହୋଇଥିବା ଅଭିଯୋଗ ହୋଇଛି । ସେମାନଙ୍କୁ ଇସ୍ପାତ ଜେନେରାଲ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଏହି ଦୁଇଟି ପାଗଳ କାମୁଡ଼ା କୁକୁରକୁ ଧରିବା ଲାଗି ଆର୍‌ଏସ୍‌ପି କର୍ତ୍ତୃପକ୍ଷ ୩ଟି ସ୍କ୍ଵାଡ୍‌ ଗଠନ କରିଛନ୍ତି । ସୂଚନାଯୋଗ୍ୟ, ଶୁକ୍ରବାର ରାତିରେ ଏହି ଦୁଇ ପାଗଳ କୁକୁର ଦୁଇ ଜଣଙ୍କୁ କାମୁଡ଼ି ଥିଲେ । ଦୁଇ ଦିନ ପୂର୍ବେ ମଧ୍ୟ ଉକ୍ତ ପାଗଳ କୁକୁର ଜଣଙ୍କୁ କାମୁଡ଼ି ଥିଲେ ।

Leave A Reply