ସଲମାନଙ୍କୁ ବିଦେଶଯାତ୍ରା ଅନୁମତି

0

ନୂଆଦିଲ୍ଲୀ : କୃଷ୍ଣସାର ମୃଗ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜାମିନରେ ମୁକୁଳିଥିବା ଅଭିନେତା ସଲମାନ ଖାନ୍‌ଙ୍କୁ ଯୋଧପୁର ଜିଲା ଏବଂ ଦୌରା କୋର୍ଟ ମଙ୍ଗଳବାର ବିଦେଶ ଯାତ୍ରା ଅନୁମତି ପ୍ରଦାନ କରିଛନ୍ତି। ଆଗାମୀ ଦିନରେ ସେ ଚାରୋଟି ଦେଶକୁ ଯିବାର କାର୍ଯ୍ୟକ୍ରମ ରହିଛି। ଏ ନେଇ ତାଙ୍କ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିଲା। ୧୯୯୮ରେ ଘଟିଥିବା ମୃଗ ଶିକାର ମାମଲାରେ କୋର୍ଟ ତାଙ୍କୁ ବନ୍ୟ ପ୍ରାଣୀ ସୁରକ୍ଷା ଆଇନ ଧାରା ୯/୫୧ ଅନୁଯାୟୀ ଦୋଷୀ ଘୋଷଣା କରି ୫ ବର୍ଷ କାରାଦଣ୍ଡାଦେଶ ଦେଇଥିଲେ। ଦୁଇ ରାତି ଯୋଧପୁର କାରାଗାରରେ କାଟିବା ପରେ ସଲମାନଙ୍କୁ ଜାମିନ ମିଳିଥିଲା। ବିନା ଅନୁମତିରେ ଦେଶ ନ ଛାଡିବା ସର୍ତ୍ତରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ।

Leave A Reply