www.samajalive.in
Wednesday, December 10, 2025
16.1 C
Bhubaneswar

ସ୍ମିଥ୍‌, ୱାର୍ଣ୍ଣରଙ୍କ ଉପରୁ ବାସନ୍ଦାଦେଶ ହଟିଲା

ସିଡ୍‌ନୀ : ଅଷ୍ଟ୍ରେଲିଆର ଦୁଇ ପ୍ରମୁଖ କ୍ରିକେଟର ଷ୍ଟିଭେନ ସ୍ମିଥ୍‌ ଓ ଡେଭିଡ ୱାର୍ଣ୍ଣରଙ୍କ ଉପରେ ଲାଗୁ କରାଯାଇଥିବା ବାସନ୍ଦାଦେଶର ସମୟସୀମା ଶୁକ୍ରବାର ଶେଷହୋଇଛି। ଫଳରେ ଏ ଦୁଇ ଖେଳାଳି ବର୍ତ୍ତମାନ ଆନ୍ତର୍ଜାତିକ କ୍ରିକେଟରେ ପୂର୍ବଭଳି ଅଂଶଗ୍ରହଣ କରିପାରିବେ। ୨୦୧୮ ମାର୍ଚ୍ଚରେ କେପ୍‌ ଟାଉନଠାରେ ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ​‌େ​‌ଟଷ୍ଟରେ ଅଷ୍ଟ୍ରେଲିଆର ତିନିଜଣ ଖେଳାଳି ଷ୍ଟିଭେନ ସ୍ମିଥ୍‌, ଡେଭିଡ ୱାର୍ଣ୍ଣର ଓ କାମେରନ ବାନ୍‌କ୍ରଫ୍ଟ ବଲ ଟାମ୍ପରିଂ କରିଥିବା ଅଭିଯୋଗ ହୋଇଥିଲା। ତଦନ୍ତ ପରେ ଏହି ତିନିଜଣ ଦୋଷୀସାବ୍ୟସ୍ତ ହୋଇଥି​‌େ​‌ଲ ଏବଂ କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ସେମାନଙ୍କ ବିରୋଧରେ ଦଣ୍ଡାଦେଶ ଲାଗୁ କରା ଯାଇଥିଲା। ବାନ୍‌କ୍ରଫ୍ଟକୁ ୯ ମାସ ଏବଂ ସ୍ମି୍‌ଥ, ୱାର୍ଣ୍ଣରଙ୍କୁ ଏକ ବର୍ଷ ପାଇଁ ବାସନ୍ଦ କରା ଯାଇଥିଲା। ବାସନ୍ଦାଦେଶ ସମୟସୀମା ଶେଷ ହୋଇଥିବାରୁ ସ୍ମିଥ୍‌ ଓ ୱାର୍ଣ୍ଣର ଆଗାମୀ ବିଶ୍ବକପରେ ଖେଳିବା ନିଶ୍ଚିତ ହୋଇପାରିଛି।

Hot this week

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

Related Articles

Popular Categories