ଅକ୍ଷୟ ତୃତୀୟାରେ ଘରକୁ ଆଣନ୍ତୁ ଏହି ୫ଟି ଜିନିଷ

0

ଅକ୍ଷୟ ତୃତୀୟା ଦିନ ଯେଉଁ ଶୁଭ କାର୍ଯ୍ୟ କରାଯାଏ ତାହା ସଫଳ ହୋଇଥାଏ । ଏହି ଦିନ ଯେଉଁ ବ୍ୟକ୍ତି ମା ଲକ୍ଷ୍ମୀଙ୍କୁ ପୂଜାରେ ସନ୍ତୁଷ୍ଟ କରନ୍ତି ତାହାର କେବେ ଧନର ଅଭାବ ହୋଇ ନଥାଏ ।

ଅକ୍ଷୟ ତୃତୀୟା ଦିନ ଘରକୁ କିଛି ନୂଆ ଜିନିଷ ଆଣିଲେ ତାହା ଶୁଭ ହୋଇଥାଏ ବୋଲି ମାନ୍ୟତା ରହିଛି । ତେବେ ଆସନ୍ତୁ ଜାଣିବା କେଉଁ ଜିନିଷ ଆଣିବା ଦ୍ବାରା ମା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ ।

ମା ଲକ୍ଷ୍ମୀଙ୍କ ଚରଣ ପାଦୁକା: ଏହି ଦିନ ସୁନା ବା ଚାନ୍ଦିରେ ମା ଲକ୍ଷ୍ମୀଙ୍କ ଚରଣ ପାଦୁକା ଘରକୁ ଆଣନ୍ତୁ । ଏହା ଅତ୍ୟନ୍ତ ଶୁଭ ଅଟେ ।

ସ୍ପଟିକରେ ନିର୍ମିତ କଇଁଚ: ଅକ୍ଷୟ ତୃତୀୟା ଦିନ ସ୍ପଟିକରେ ନିର୍ମିତ କଇଁଚ ଘରକୁ ଆଣନ୍ତୁ । ଯେଉଁ ଘରେ ସ୍ପଟିକରେ ନିର୍ମିତ କଇଁଚ ଥାଏ, ସେହି ଘରେ ମା ଲକ୍ଷ୍ମୀ ଓ ବିଷ୍ଣୁ ନାରାୟଣ ବିରଜମାନ କରିଥାଆନ୍ତି ।

ପାରଦର ନିର୍ମିତ ମା ଲକ୍ଷ୍ମୀ: ଯଦି ଧନର ଭଣ୍ଡାର ଭରିବାକୁ ଚାହୁଁଛନ୍ତି ତେବେ ଅକ୍ଷୟ ତୃତୀୟା ଦିନ ପାରଦର ନିର୍ମିତ ମା ଲକ୍ଷ୍ମୀ ମୂର୍ତ୍ତି ଘରକୁ ଆଣନ୍ତୁ । ଏହାକୁ ନିୟମିତ ପୂଜା କରନ୍ତୁ ।
କଉଡି: କଉଡି ଘରକୁ ଆଣିବା ଅତ୍ୟନ୍ତ ଶୁଭ ଅଟେ । କାରଣ କଉଡି ମା ଲକ୍ଷ୍ମୀଙ୍କ ପ୍ରିୟ ଅଟେ । କଉଡିର ଉତ୍ପତ୍ତି ମା ଲକ୍ଷ୍ମୀଙ୍କ ପରି ସମୁଦ୍ରରୁ ହୋଇଥାଏ । ଏହାକୁ ଅକ୍ଷୟ ତୃତୀୟା ଦିନ ଘରକୁ କିଣିକି ଆଣନ୍ତୁ ଏବଂ ନିୟମିତ ରୂପରେ କେସର ଓ ହଳଦୀରେ ପୂଜା କରନ୍ତୁ ।

ଦକ୍ଷିଣାବୃତ୍ତ ଶଙ୍ଖ: ଅକ୍ଷୟ ତୃତୀୟା ଓ ଧନତେରାସ୍ ଦିନ ଦକ୍ଷିଣାବୃତ୍ତ ଶଙ୍ଖ ଘରକୁ କିଣି ଆଣିବା ଅତ୍ୟନ୍ତ ଶୁଭ ଅଟେ । ଦକ୍ଷିଣାବୃତ୍ତ ଶଙ୍ଖକୁ ଧନ ଦାୟକ ଶଙ୍ଖ ବୋଲି କୁହାଯାଏ ।

Leave A Reply