www.samajalive.in
Tuesday, December 9, 2025
15.1 C
Bhubaneswar

ନବୀନଙ୍କ ନାଁରେ କୋଇଲା ଖଣି ଆବଣ୍ଟନ ମାମଲା; ତୁରନ୍ତ ତଦନ୍ତ ସାରିବାକୁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ: ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ରୁଜୁ ହୋଇଥିବା କୋଇଲା ଖଣି ଆବଣ୍ଟନ ମାମଲାର ତଦନ୍ତ ତୁରନ୍ତ ସାରିବାକୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି। ଯଥାଶୀଘ୍ର ମାମଲାର ତଦନ୍ତ ସାରିବା ଲାଗି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)କୁ ନିର୍ଦେଶ ଦେବା ଲାଗି ବୈଭବ ବର୍ମା ନାମକ ଆବେଦନକାରୀ ପିଟିସନ ଦାୟର କରିଛନ୍ତି। ନବୀନଙ୍କ ନାଁରେ ୨୦୧୪ ମାର୍ଚ୍ଚ ୨୬ରେ ମାମଲା ପଞ୍ଜୀକୃତ ହୋଇଥିଲା। ସେବେଠାରୁ ତାହା ତଦନ୍ତାଧୀନ ରହିଛି ବୋଲି ଜାତୀୟ ସ୍ତରର ଏକ ଖବର ସରବରାହ ସଂସ୍ଥା ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟ ମୁତାବକ, ୧୯୯୮ ମସିହାରେ ଏମ/ଏସ ସେଣ୍ଟ୍ରାଲ କୋଲିଆରିଜ କୋ. ଲିମିଟେଡକୁ ତକ୍‌ଲି-ଜେନା-ବେଲୋରା କୋଲ୍‌ ଫିଲ୍ଡ ପ୍ରଦାନ କରାଯାଇଥିଲା। କିନ୍ତୁ କମ୍ପାନୀ ପଞ୍ଜୀକୃତ ହେବା ପୂର୍ବରୁ ଖଣି ଦିଆଯାଇଥିଲା। ସେତେବେଳେ ନବୀନ ପଟ୍ଟନାୟକ କେନ୍ଦ୍ର ଖଣିମନ୍ତ୍ରୀ ଥିଲେ। ଏହି କୋଲ ବ୍ଲକ ଆବଣ୍ଟନରେ ନବୀନଙ୍କ ଭୂମିକା ସନ୍ଦେହଜନକ ଥିବା ଆବେଦନକାରୀ ପିଟିସନରେ ଦର୍ଶାଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories