www.samajalive.in
Sunday, December 7, 2025
26.1 C
Bhubaneswar

ନବରଙ୍ଗପୁର : ନାମାଙ୍କନ ପତ୍ର ଦାଖଲ କଲେ ବହୁ ନେତା

ନବରଙ୍ଗପୁର : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସୋମବାର ଶେଷ ତାରିଖ ରହିଥିଲା। ତେଣୁ ସମସ୍ତ ରାଜନୈତିକ ଦଳର ବହୁ ନେତା ନିର୍ବାଚନ ପାଇଁ ବହୁ ନେତା ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନବରଙ୍ଗପୁର ଲୋକସଭା ଆସନ ପାଇଁ ବିଜେଡି ପାର୍ଥୀ ରମେଶ ମାଝି ନାମାଙ୍କନ ଦାଖଲ କରିଛନ୍ତି। ସେହିପରି ଝରିଗାଁ ବିଧାନସଭା ପାର୍ଥୀ ପ୍ରକାଶ ଚନ୍ଦ୍ର ମାଝି, ଡାବୁଗାଁ ବିଧାନସଭା ପାର୍ଥୀ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାନସଭା ପାର୍ଥୀ ସଦାଶିବ ପ୍ରଧାନ, ଉମରକୋଟ ବିଧାନସଭା ପାର୍ଥୀ ସୁଭାଷ ଗଣ୍ଡ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ସେହିପରି ବିଜେପିର ନବରଙ୍ଗପୁର ଲୋକସଭା ପାର୍ଥୀ ବଳଭଦ୍ର ମାଝି ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି ନବରଙ୍ଗପୁର ବିଧାନସଭା ଆସନ ପାଇଁ ବିଜେପି ପାର୍ଥୀ ଗୌରି ସାନିଆ ମାଝି, ଉମରକୋଟ ବଧାନସଭା ପାର୍ଥୀ ନିତ୍ୟାନନ୍ଦ ଗଣ୍ଡ, ଝରିଗାଁ ବିଧାନସଭା ପାର୍ଥୀ ପର୍ଶୁରାମ ମାଝି, ଡାବୁଗାଁ ବିଧାନସଭା ପାର୍ଥୀ ଲମନ ନାୟକ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories