ସଲମାନଙ୍କୁ ମିଳିଲା ବିଦେଶ ଗସ୍ତର ଅନୁମତି

0

ଯୋଧପୁର: ସିନେ ତାରକା ସଲମାନ ଖାନ କୃଷ୍ଣସାର ହରିଣ ଶିକାର ଘଟଣାରେ ଜାମିନ ପାଇଥିଲେ ମଧ୍ୟ ତାଙ୍କ ବିଦେଶ ଗସ୍ତ ଉପରେ ଅଙ୍କୁଶ ଲଗାଇଥିଲେ। ତେବେ ଆଜି ଯୋଧପୁର କୋର୍ଟ ଏହି ଅଙ୍କୁଶକୁ ସାମାନ୍ୟ କୋହଳ କରିଛନ୍ତି। ସଲମାନଙ୍କ ଆଗାମୀ ସିନେମା ସୁଟିଂ ନିମନ୍ତେ ତାଙ୍କୁ ଆମେରିକା, ନେପାଳ ଓ କାନାଡ଼ା ଯିବା ଉପରେ ସବୁଜ ସଙ୍କେତ ଦେଇଛନ୍ତି କୋର୍ଟ। ସଲମାନ ଅଲ୍ଲୀ ଅବାସ ଜାଫରଙ୍କ ସିନେମା ‘ଭାରତ’ ସୁଟିଂ ପାଇଁ ବିଦେଶ ଗସ୍ତ କରିବାକୁ କୋର୍ଟରେ ଆବେଦନ କରିଥିଲେ।

Leave A Reply