ଘର ସହ ଜିଅନ୍ତା ଜଳିଗଲେ ବିଧବା ବୃଦ୍ଧା
ଅନୁଗୁଳ: ଜମି ପାଇଁ ଜଣେ ବୃଦ୍ଧାଙ୍କୁ ଜୀବନ୍ତ ଜାଳି ହତ୍ୟା କରାଯାଇଛି । ଏଭଳି ଏକ ଅଭିଯୋଗ ଆସିଛି ଅନୁଗୁଳ ଜିଲ୍ଲା ନାଲକୋ ଫାଣ୍ଡି ଅନ୍ତର୍ଗତ ବଳରାମପ୍ରସାଦର ଏକ ଗାଁରୁ । ଗତକାଲି ରାତିରେ ବୃଦ୍ଧା ଜଣଙ୍କ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ । ଫଳରେ ବୃଦ୍ଧା ଜଣଙ୍କଘର ସହ ନିଜେ ନିଆଁରେ ଜଳି ଜୀବନ ହାରିଛନ୍ତି । ବୃଦ୍ଧା ଜଣଙ୍କ ବିଧବା ଏବଂ ସେ ଏକାକୀ ରହୁଥିବା ଜଣାପଡିଛି । ହତ୍ୟାର ସଠିକ କାରଣ ଜଣାପଡି ନଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।