ରେଳ ଷ୍ଟେସନରେ ଉତ୍ତେଜନା, ଟିଟିଇଙ୍କୁ ଆକ୍ରମଣ

0

ଵ୍ରହ୍ମପୁର: ଵ୍ରହ୍ମପୁର ରେଳ ଷ୍ଟେସନରେ ଉତ୍ତେଜନା ଦେଖିବାକୁ ମିଳିଛି । ଭେଲାପୁରମ ଏକ୍ସପ୍ରେସରେ ଡିଉଟିରେ ଥିବା ଟିଟିଇଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଜିଆରପି ପୁଲିସ କର୍ମଚାରୀଙ୍କ ଆକ୍ରମଣରେ ଟିଟିଇ କିରଣ ସାଗର ଆହତ ହୋଇଛନ୍ତି । ଆହତ ଟିଟିଇ ଵ୍ରହ୍ମପୁର ରେଳ ବିଭାଗ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ବିନା ଟିକେଟରେ ଟ୍ରେନରେ ଯାତ୍ରା କରୁଥିବା ଜଣେ ଜିଆରପି କର୍ମଚାରୀଙ୍କ ପରିଚିତ ବ୍ୟକ୍ତିଙ୍କୁ ଟିଟିଇ ଧରିବାରୁ ପୁଲିସ କର୍ମଚାରୀ ଜଣଙ୍କ ତାଙ୍କୁ ଆକ୍ରମଣ କରିଥିବା ଜଣାପଡିଛି ।

Leave A Reply