ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି

0

ବିଜୟାନନ୍ଦ ପଟ୍ଟନାୟକ ଓରଫ ବିଜୁ ପଟ୍ଟନାୟକ କେବଳ ଓଡ଼ିଶା ନୁହେଁ; ଜାତୀୟ ତଥା ଅନ୍ତର୍ଜାତୀୟ ରାଜନୀତିର ଏକ ସ୍ପର୍ଦ୍ଧିତ ନାମ। ବୈମାନିକରୁ ରାଜନେତା, ନବଓଡ଼ିଶାର ନିର୍ମାତା। ପାରାଦ୍ୱୀପ ବନ୍ଦର ହେଉ, ଅଥବା ହୀରାକୁଦ ବୃହତ୍‍ ନଦୀବନ୍ଧ ଯୋଜନା ସବୁକିଛି ତାଙ୍କ ଇପ୍‍ସିତ ସ୍ୱପ୍ନର ଗୋଟିଏ ଗୋଟିଏ ସ୍ମୃତି ସ୍ୱାକ୍ଷର। ପରାଧୀନ ଓଡ଼ିଶାର ଗଞ୍ଜାମ ଜିଲା ବେଲଗୁଣ୍ଠାସ୍ଥିତ ଜି. ନୂଆଗାଁର ପିତା ଲକ୍ଷ୍ମୀନାରାୟଣ ଓ ମାଆ ଆଶାଲତା ପଟ୍ଟନାୟକଙ୍କ ଔରସରୁ ୫ ମାର୍ଚ୍ଚ ୧୯୧୬ ମସିହାରେ କଟକରେ ଜନ୍ମିତ ବିଜୁ ବାବୁ ରେଭେନ୍ସାରେ ଅଧାରୁ ପାଠ ଛାଡ଼ି ପାଇଲଟ୍‍ ହେବାର ଆକର୍ଷଣକୁ ଏଡାଇ ପାରିନଥିଲେ। ସମୟକ୍ରମେ ବୈମାନିକରୁ ରାଜନୀତିକୁ ଆସି ଦୁଇ ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରରେ ଖଣି ଓ ଇସ୍ପାତମନ୍ତ୍ରୀ ହୋଇପାରିଥିଲେ। ଇଣ୍ଡୋନେସିଆର ଭୂମିପୁତ୍ର ବିଜୁ ବାବୁ ଭୂତପୂର୍ବ ମୁଖ୍ୟମନ୍ତ୍ରୀ ଜାନକୀ ବାବୁଙ୍କ ଭାଷାରେ ଥିଲେ ‘ଝଡ଼ର ଇଗଲ’। ୧୯୯୭ ଏପ୍ରିଲ ୧୭ ତାରିଖ, ଆଜିର ଦିନରେ ଭାରତୀୟ ରାଜନୀତିର ଏହି ଉତ୍ତୁଙ୍ଗ ନେତୃତ୍ୱଙ୍କ ମହାପ୍ରୟାଣ ଘଟିଥିଲା। ତିରୋଧାନ ଦିବସରେ ବିଜୁଙ୍କୁ ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି।

Leave A Reply