ମୁମ୍ବଇ : ‘ବାଜୀରାଓ ମସ୍ତାନୀ’ ପରେ ପୁଣି ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ଆଉ ଏକ ଚଳଚ୍ଚିତ୍ରରେ ନଜର ଆସିବେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ସୂଚନା ଅନୁସାରେ, ଭଂସାଲୀ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଗଙ୍ଗୁବାଈ’ ପାଇଁ ପ୍ରିୟଙ୍କାଙ୍କୁ ଚୟନ କରିଛନ୍ତି। ଭଂସାଲୀ ନିଜେ ଏହି ସୂଚନା ଦେଇଛନ୍ତି। ଏନେଇ ପ୍ରିୟଙ୍କା ମଧ୍ୟ ସହମତି ପ୍ରକାଶ କରିଥିବା ଜଣାପଡ଼ିଛି। ଖୁବଶୀଘ୍ର ଭଂସାଲୀଙ୍କ ସହ ପ୍ରିୟଙ୍କା ଏକାଠି କାମ କରିବାକୁ ଯାଉଛନ୍ତି ବୋଲି କରଣ ଜୋହରଙ୍କ ଚ୍ୟାଟ୍ ଶୋ ‘କଫି ୱିଥ୍ କରଣ’ରେ ପ୍ରିୟଙ୍କା ଏନେଇ ଆଭାସ ଦେଇଥିଲେ। ତେବେ ଏବେ ଏହା ସ୍ପଷ୍ଟ ହୋଇଯାଇଛି।
Popular Categories



