ପୁରୀରେ ଅପ ମିଶ୍ରିତ ଦୁଗ୍ଧ ବିକ୍ରି ହେଉଥିବା ଅଭିଯୋଗ

0

ପୁରୀ:  ପୁରୀରେ କେତକ ସ୍ଥାନରେ ଅପ ମିଶ୍ରିତ ଦୁଗ୍ଧ ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ଏହି କ୍ଷୀରକୁ ଗରମ କଲେ ଏହା ଛିଣ୍ଡି ଯାଉଛି । ମାତ୍ର ଏହା ଛିଣ୍ଡି ଯିବା ପରେ ରବର ପରି ଟାଣି ହେଉଥିବା ଓ ଛେନା ବାହାରୁ ନ ଥିବା ଅଭିଯୋଗ ହୋଇଛି । ସ୍ୱର୍ଗଦ୍ୱାର ନିକଟରୁ ଏପରି କ୍ଷୀରକୁ କିଣିବା ପରେ ଶିବ ଶଙ୍କର ନାମକ ବ୍ୟକ୍ତି ଗରମ କରିଥିଲେ । ଏହା ଛିଣ୍ଡି ଯିବା ପରେ ଛେନା ନ ବାହାରି ରବର ପରି ଭିଡି ହେଉଥିବା ସେ ଅଭିଯୋଗ କରିଛନ୍ତି । ଏହାର ଭିଡିଓ ଉତ୍ତୋଳନ କରି ସେ ସୋସିଆଲ ମିଡିଆରେ ଛାଡିଛନ୍ତି । ବଜାରରେ କ୍ଷୀର ଗୁଣ୍ଡ ପରି କେତକ ଗୁଣ୍ଡ ଶସ୍ତାରେ ଉପଲବ୍ଧ ହେଉଥିବାରୁ ଏହାକୁ କ୍ଷୀରରେ ଅଧିକ ଲାଭ ଆଶାରେ ଅପ ମିଶ୍ରଣ କରାଯାଉଥିବା ଅଭିଯୋଗ ହୋଇଛି । ତୁରନ୍ତ ଏହି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ହୋଇଛି ।

ଦେଖନ୍ତ ଏହାର ଭିଡିଓ-

Leave A Reply