ରୁଷ୍‌ ଉପରେ ନୂଆ ଆର୍ଥିକ କଟକଣା ଲାଗୁ କରିବ ଆମେରିକା

0

ୱାଶିଂଟନ : ସିରିଆର ବାସର ଅଲ ଆସାଦଙ୍କ ନେତୃତ୍ୱ ସରକାରକୁ ସମର୍ଥନ କରିବାକୁ ନେଇ ରୁଷ୍‌ ଉପରେ ଆମେରିକା ନୂଆ ଆର୍ଥôକ କଟକଣା ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। ଜାତିସଂଘରେ କାର୍ଯ୍ୟରତ ଆମେରିକା ରାଷ୍ଟ୍ରଦୂତ ନିକ୍କି ହାଲେ କହିଛନ୍ତି ଯେ ରୁଷ୍‌ ଉପରେ ଟ୍ରମ୍ପ ପ୍ରଶାସନର ଆର୍ଥôକ କଟକଣା ସମ୍ପର୍କରେ ଖୁବ୍‌ଶୀଘ୍ର ଘୋଷଣା ହେବ। ହାଲେ କହିଛନ୍ତି ଯେ ସିରିଆରେ ରାସାୟନିକ ଅସ୍ତ୍ର ପ୍ରୟୋଗ କରାଯିବାର ନିରପେକ୍ଷ ତଦନ୍ତ ପାଇଁ ଜାତିସଂଘ ସୁରକ୍ଷା ପରିଷଦରେ ଆଗତ ପ୍ରସ୍ତାବକୁ ରୁଷ ୬ଥର ଅଟକାଇଛି। ତେଣୁ ଏଥିରୁ ସ୍ପଷ୍ଟ ଯେ ଏହି ରାସାୟନିକ ଅସ୍ତ୍ରପ୍ରୟୋଗ ପଛରେ କାହାର ହାତ ରହିଛି। ସିରିଆର ସାଧାରଣ ନାଗରିକଙ୍କ ଉପରେ ଆସାଦ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ରୁଷ୍‌ ଘଣ୍ଟଘୋଡାଉଛି। ଆନ୍ତର୍ଜାତିକ ସମୁଦାୟ ଚାହେଁ ନାହିଁ ଯେ ରାସାୟନିକ ଅସ୍ତ୍ର ଆମ ସମସ୍ତଙ୍କ ଦୈନଦିନ ଜୀବନ ପାଇଁ ବିପଦ ଭାବେ ମାଡି ନଆସୁ। ବିଶ୍ୱକୁ ଏପରି ଅସ୍ତ୍ରରୁ ମୁକ୍ତ ରଖିବା ଲାଗି ଆମେରିକା ଓ ଏହାର ମିତ୍ର ରାଷ୍ଟ୍ର ମିଳିତ ଭାବେ କାର୍ଯ୍ୟକରିବେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର କହିଥିଲେ ଯେ ଆମେରିକା, ଫ୍ରାନ୍ସ ଓ ବି୍ରଟେନର ଯୁଦ୍ଧବିମାନ ସିରିଆର ରାସାୟନିକ ଅସ୍ତ୍ରାଗାରକୁ ଧ୍ୱଂସ କରିବାରେ ସଫଳ ହୋଇଛି।
ନିକ୍କି ହାଲେଙ୍କ ଏପରି ଧମକ ଉପରେ ପ୍ରତିକ୍ରିୟା ପ୍ରକାଶ କରି ରୁଷ୍‌ ପାର୍ଲାମେଣ୍ଟର ପ୍ରତିରକ୍ଷା କମିଟି ଉପମୁଖ୍ୟ ଇଭଜେନି ସେରେବ୍ରେନିକ କହିଛନ୍ତି ଯେ ଆମେ ଯେକୌଣସି ଦଣ୍ଡ ଭୋଗିବାକୁ ପ୍ରସ୍ତୁତ। ମାତ୍ର ଏହି ଆର୍ଥôକ କଟକଣା ଆମେରିକା ଓ ୟୁରୋପକୁ ବେଶୀ କ୍ଷତି ପହଞ୍ଚାଇବ। ଅନ୍ୟପଟେ ସିରିଆ ଉପରେ ଆମେରିକା ଓ ପାଶ୍ଚାତ୍ୟ ଦେଶର ଆକ୍ରମଣ ଉପରେ ଜବାବ ଦେବାକୁ ରୁଷ ଯେଉଁ ଧମକ ଦେଇଥିଲା ସେଥିରେ ଏବେ ସଞ୍ଜମତା ରକ୍ଷା କରିଛି। ସିରିଆରେ ରାସାୟନିକ ଅସ୍ତ୍ର ପ୍ରୟୋଗ ହୋଇଥିଲା କି ନାହିଁ ତା’ ଉପରେ ଅନୁଧ୍ୟାନ ପାଇଁ ଆନ୍ତର୍ଜାତିକ ସଂଗଠନ ଓପିସିଡବ୍ଲ୍ୟୁ ଡମାସ୍କସ୍‌ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସିରିଆର ଉପ ବୈଦେଶିକ ମନ୍ତ୍ରୀ ଓ ରୁଷ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଓପିସିଡିବ୍ଲୁ୍ୟ ତଦନ୍ତ ଚଳାଇଛି। ଏହି ତଦନ୍ତ ରିପୋର୍ଟ ମିଳିବା ପରେ ଆମେରିକା ବିରୋଧରେ ରୁଷ୍‌ ତାର ପରବର୍ତ୍ତୀ କାର୍ଯ୍ୟପନ୍ଥା ବାବଦରେ ନିଷ୍ପତ୍ତି ନେବ। ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ କହିଛନ୍ତି ଯେ ସିରିଆ ଉପରେ ପାଶ୍ଚାତ୍ୟ ଦେଶଗୁଡିକ ଯଦି ପୁନର୍ବାର ଆକ୍ରମଣ କରନ୍ତି ଦେବେ ବିଶ୍ୱଯୁଦ୍ଧ ପାଇଁ ବାଟ କଢାଇବ।

Leave A Reply