ବିଜେପି ଅଭିଯୋଗର ଶେଷ ଅବଧି ରହିଛି: ପ୍ରିୟଙ୍କା

0

ନୂଆଦିଲ୍ଲୀ : କଂଗ୍ରେସର ସତୁରୀ ବର୍ଷର ଶାସନକାଳରେ କୌଣସି ବିକାଶ ହୋଇ ନାହିଁ ବୋଲି ବିଜେପି ଉଠାଇଥିବା ଅଭିଯୋଗର ଅନ୍ତିମ ଅବଧି ରହିଛି ବୋଲି କଂଗ୍ରେସ ସଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ମଙ୍ଗଳବାର କହିଛନ୍ତି। ଉତ୍ତରପ୍ରଦେଶର ଭାଦେହୀ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ବିକାଶର ବାସ୍ତବ ଚିତ୍ର ଦେଖିବା ଲାଗି ବିଜେପିକୁ ତୃଣମୂଳସ୍ତରକୁ ଓହ୍ଲାଇବାକୁ ହେବ। ବିଜେପିର ରିପୋର୍ଟକାର୍ଡ ଏବଂ ପ୍ରଚାରଠାରୁ ବାସ୍ତବତା ଖୁବ ଭିନ୍ନ। ବିଜେପି ଶାସନକାଳରେ ତୃଣମୂଳ ସ୍ତରର ପ୍ରତ୍ୟେକ ବର୍ଗ ସମସ୍ୟାରେ ଥିବା ବେଶ ଜଣାପଡୁଛି ବୋଲି ରାଜ୍ୟରେ ବିଜେପିର ୨ ବର୍ଷର ଶାସନକାଳ ସମ୍ବନ୍ଧରେ ସେ ମତ ଦେଇଛନ୍ତି। ସେ କହିଛନ୍ତି, ନିର୍ବାଚନରେ ବଡବଡ ପ୍ରତିଶ୍ରୁତି ଦେବା ଏବଂ ତାହାକୁ ପୂରଣ କରିବା ଭିନ୍ନ ଭିନ୍ନ ପ୍ରସଙ୍ଗ। ବିଜେପି କଂଗ୍ରେସର ଶାସନକାଳରେ ହୋଇଥିବା ବିକାଶ ସମ୍ବନ୍ଧରେ ପ୍ରଶ୍ନ ଉଠାଉଛି। କିନ୍ତୁ ବିଗତ ୫ ବର୍ଷ ସରକାରରେ ରହି ବିଜେପି କି ପ୍ରକାର ବିକାଶ ଆଣିଛି ତାହା ତୃଣମୂଳସ୍ତରକୁ ଅବଲୋକନ କଲେ ବେଶ ଜଣାପଡୁଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଶାସନକାଳରେ ଆଦୌ ବିକାଶ କାର୍ଯ୍ୟ ହୋଇନାହିଁ ବୋଲି ପ୍ରିୟଙ୍କା ଅଭିଯୋଗ ଦର୍ଶାଇଛନ୍ତି। ପବିତ୍ର ଗଙ୍ଗା ନଦୀରେ କ୍ରମାଗତ ଦ୍ବିତୀୟଦିନ ପାଇଁ ବୋଟଯାତ୍ରା କରିବା ପରେ ପ୍ରିୟଙ୍କା ସୀତାମାଢି ମନ୍ଦିରଠାରେ ପୂଜାର୍ଚ୍ଚନା କରିଛନ୍ତି। ପରେ ସେ ମିର୍ଜାପୁର ଅଭିମୁଖେ ଯାତ୍ରା କରଛନ୍ତି। ବାରଣାସୀଠାରେ ତାଙ୍କର ଏହି ବୋଟ ଯାତ୍ରା ଶେଷ ହେବ।
ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ସମଗ୍ର ଦେଶ ପାଇଁ ଏକ ମଡେଲ ପରିଣତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି। ରାଜ୍ୟରେ ୨୦୧୨ରେ ୨୨୭, ୨୦୧୩ରେ ୨୪୭, ୨୦୧୪ରେ ୨୪୨, ୨୦୧୫ରେ ୨୧୯ ଏବଂ ୨୦୧୬ରେ ୧୦୦ଥର ଦଙ୍ଗା ହୋଇଥିଲା; କିନ୍ତୁ ବିଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ କୌଣସିଠାରେ ଥରେ ମଧ୍ୟ ଦଙ୍ଗା ହୋଇ ନ ଥିବା ସେ ଦର୍ଶାଇଛନ୍ତି। ଉତ୍ତରପ୍ରଦେଶରେ ବିଜେପି କ୍ଷମତାକୁ ଆସିବା ପରେ ରାଜ୍ୟରେ ହତ୍ୟା, ଲୁଟ ଏବଂ ଦଙ୍ଗା ସଂଖ୍ୟା ହ୍ରାସ ପାଇଛି ବୋଲି ସେ ପ୍ରକାଶ କରିଛନ୍ତି।

Leave A Reply