www.samajalive.in
Sunday, December 7, 2025
26.1 C
Bhubaneswar

ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ମୋଦୀଙ୍କ ନାଁ ପ୍ରସ୍ତାବ ଦେଇଥିଲେ ପାରିକର

ପଣଜୀ: ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଥିଲେ ଜଣେ ବିଚକ୍ଷଣ ରାଜନେତା। ତାଙ୍କ ଦୂରଦୃଷ୍ଟି ମଧ୍ୟ ଥିଲା ବେଶ୍‌ ତୀକ୍ଷ୍ଣ। ସେ ଏ​‌ବେ ଆଉ ନାହାନ୍ତି ସତ, କିନ୍ତୁ ତାଙ୍କ ସଚ୍ଚୋଟତା ଏବଂ କାର୍ଯ୍ୟ କରିବାର ଶୈଳୀ ପାଇଁ ସେ ରାଜ୍ୟର ଜନସାଧାରଙ୍କ ମଧ୍ୟରେ ଆଦୃତ ଥିଲେ। ତାଙ୍କ ଦୂରଦୃଷ୍ଟିର ଏକ ଉଦାହରଣ ମଧ୍ୟ ଆଜି ଦେଖିବାକୁ ମିଳେ। ୨୦୧୩ ମସିହାର କଥା। ଗୋଆରେ ବିଜେପିର ଅଧିବେଶନ ଚାଲିଥିଲା। ପୂରା ଦେଶରେ ଚର୍ଚ୍ଚା ଚାଲିଥିଲା ଯେ ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ନା ନାହିଁ। କିନ୍ତୁ ବିଜେପି ପକ୍ଷରୁ କୌଣସି ନେତା ମୋଦୀଙ୍କ ନାମ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ପ୍ରକାଶ କରୁ ନ ଥିଲେ। ତେବେ ବିଜେପିର ଅଧିବେଶନ ଚାଲିଥିବାବେଳେ ପ୍ରଥମ ଥର ପାଇଁ ପାରିକର ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଲାଗି ମୋଦୀଙ୍କ ନାମ ପ୍ରସ୍ତାବ ଦେଇଥିଲେ। ଏହା ପରେ ତାହା ହିଁ ହୋଇଥିଲା। ବିଜେପି ମୋଦୀଙ୍କୁ ନିଜର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥିଲା। ମୋଦୀ ୨୦୧୪ରେ ପ୍ରଧାମନ୍ତ୍ରୀ ହୋଇଥିଲେ। ପରେ ମୋଦୀ ପାରିକରଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ପଦ ଦେଇଥିଲେ। ୨୦୧୬ ସେପ୍ଟେମ୍ବର ୨୮ ଏବଂ ୨୯ରେ ପାରିକର ପ୍ରତିରକ୍ଷା ମନ୍ତ୍ରୀ ଥିବା ବେଳେ ସେନା ପିଓକେରେ ସର୍ଜିକାଲ ଷ୍ଟ୍ରାଇକ କରିଥିଲା।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories