www.samajalive.in
Tuesday, December 9, 2025
16.1 C
Bhubaneswar

ଭଗବାନଙ୍କ ପୂଜାରେ ପିଆଜ ଓ ରସୁଣ ବ୍ୟବହାର ବର୍ଜନୀୟ, ଜାଣନ୍ତୁ ଏହାର କାରଣ

ଦେଖିବାକୁ ଗଲେ ପିଆଜ ଓ ରସୁଣ ଅନେକ ରୋଗ ସହ ଲଢିବାରେ ସହାୟକ ହୋଇଥାଏ। କିନ୍ତୁ ଅନେକ ଧର୍ମର କିଛି ବ୍ୟକ୍ତି ଏହାକୁ ଖାଇ ନ ଥାଆନ୍ତି। ଏହାସହ ଭଗବାନଙ୍କ ପ୍ରସାଦରେ ପିଆଜ ଓ ରସୁଣର ବ୍ୟବହାର କରାଯାଇ ନ ଥାଏ। ଏହା ପଛରେ ଅନେକ ଧାର୍ମିକ ଓ ବୈଜ୍ଞାନିକ କାରଣ ରହିଛି। ଆସନ୍ତୁ ଜାଣିବା ସେହି ସମ୍ବନ୍ଧରେ ..

ପୌରାଣିକ ମାନ୍ୟତା ଅନୁଯାୟୀ, ଯେତେବେଳେ ଦେବତା ଓ ରାକ୍ଷସ ମାନଙ୍କ ମଧ୍ୟରେ ସମୁଦ୍ର ମନ୍ଥନ ହୋଇଥିଲା ସେତେବେଳେ ଅମୃତ ବାହାରି ଥିଲା। ଅମୃତ ପାଇବା ପାଇଁ ଦେବତା ଓ ରାକ୍ଷସମାନଙ୍କ ମଧ୍ୟରେ ଝଗଡା ଲାଗିଲା। ଅମୃତ ରାକ୍ଷସମାନେ ନ ପାଆନ୍ତୁ ଏଥିପାଇଁ ଭଗବାନ ବିଷ୍ଣୁ ମୋହିନୀ ନାରୀ ରୂପେ ଅବତାର ନେଇଥିଲେ। ମୋହିନୀ ରୂପୀ ଭଗବାନ ବିଷ୍ଣୁ ଯେତେବେଳେ ଦେବତାମାନଙ୍କୁ ଅମୃତ ବାଣ୍ଟିବା ଆରମ୍ଭ କଲେ ସେତେବେଳେ ରାହୁ ଓ କେତୁ ​‌​‌ଦେବତାଙ୍କ ମଧ୍ୟରେ ଆସି ବସିଗଲେ। ଭଗବାନ ତାଙ୍କୁ ଦେବତା ଭାବି ଅମୃତର ଦୁଇ ବୁନ୍ଦା ଦେଇଦେଲେ। ସେତେବେଳେ ସୂର୍ଯ୍ୟ ଓ ଚନ୍ଦ୍ର ଭଗବାନ ବିଷ୍ଣୁଙ୍କୁ ରାହୁ ଓ କେତୁ ରାକ୍ଷସ ବୋଲି ଜଣାଇଲେ। ଏହାପରେ ଭଗବାନ ବିଷ୍ଣୁ ଦୁଇ ଜଣଙ୍କ ମୁଣ୍ଡ କାଟି ଦେଲେ।

- Advertisement -

ସେହି ସମୟରେ ରାହୁ ଓ କେତୁଙ୍କ ଶରୀର ମଧ୍ୟକୁ ଅମୃତ ଯାଇ ନ ଥିଲା। ସେଥିପାଇଁ ରାହୁ ଓ କେତୁଙ୍କ ଶରୀର ନଷ୍ଟ ହୋଇଗଲା। କିନ୍ତୁ ଅମୃତ ଉଭୟଙ୍କ ମୁହଁ ପର୍ଯ୍ୟନ୍ତ ପହଞ୍ଚିଥିଲା। ସେଥିପାଇଁ ତାଙ୍କ ମୁଣ୍ଡ ଅମର ହୋଇଥିଲା। ଭଗବାନ ବିଷ୍ଣୁ ଦୁଇ ଜଣଙ୍କ ମୁଣ୍ଡ କାଟିବା ବେଳେ ସେଥିରୁ ଅମୃତ ସହ ମିଶି ଦୁଇ ବୁନ୍ଦା ରକ୍ତ ଭୂମି ଉପରେ ପଡିଥିଲା। ସେଥିରୁ ପିଆଜ ଓ ରସୁଣର ଉତ୍ପତ୍ତି ହୋଇଥିଲା। ଅମୃତରୁ ଏହା ଉତ୍ପନ୍ନ ହୋଇଥିବା କାରଣରୁ ଏଥିରେ ରୋଗନାଶକ ଓ ଜୀବନଦାତା ବୋଲି କୁହାଗଲା। କିନ୍ତୁ ରାକ୍ଷସମାନଙ୍କ ନିକଟରୁ ଏହା ଉତ୍ପନ୍ନ ହୋଇଥିବା କାରଣରୁ ଦେବତାଙ୍କ ନିକଟରେ ତାହା ଅର୍ପଣ କରାଯାଏ ନାହିଁ।

ଧର୍ମ ଶାସ୍ତ୍ର ଅନୁଯାୟୀ, ପିଆଜ ଓ ରସୁଣକୁ ଭଲ କୁହାଯାଏ ନାହିଁ। ଏହା ବ୍ୟକ୍ତିର ମନକୁ ଅସ୍ଥିର ରଖିଥାଏ ଯେଉଁ କାରଣରୁ ମନରେ ଏକାଗ୍ରତା ଜାଗ୍ରତ ହୋଇପାରେ ନାହିଁ। ଧର୍ମଆଧ୍ୟାତ୍ମ୍ୟ ମାର୍ଗରେ ପ୍ରବେଶ କରିବାରେ ବାଧା ଉତ୍ପନ୍ନ ହୋଇଥାଏ। ତେଣୁ ଭଗବାନଙ୍କ ପୂଜାରେ ପିଆଜ ଓ ରସୁଣ ବ୍ୟବହାର କରିବା ବର୍ଜନୀୟ ଅଟେ।

 

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories