www.samajalive.in
Sunday, December 7, 2025
26.1 C
Bhubaneswar

ଏହି ଖାଦ୍ୟ ଶରୀରରେ ବୃଦ୍ଧି କରିଥାଏ ଶ୍ୱେତରକ୍ତ କଣିକା

ଶରୀରରେ ଥିବା ଶ୍ୱେତରକ୍ତ କଣିକାର ମାତ୍ରା କମ ହେଲେ ବିଭିନ୍ନ ପ୍ରକାରର ସଂକ୍ରମଣ ହେବାର ଆଶଙ୍କା ଥାଏ। କାରଣ ଆମ ଶରୀରରେ ଥିବା ଶ୍ୱେତରକ୍ତ କଣିକାର ଖୁବ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା ଶରୀରର ରୋଗପ୍ରତିରୋଧକ ଶକ୍ତି ଅଟେ। ଆମ ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ। ତେବେ ଏହାର ମାତ୍ରା କମିବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ବହୁ ସମସ୍ୟା ସୃଷ୍ଟି ହୋଇଥାଏ। ଏପରି କିଛି ଖାଦ୍ୟପଦାର୍ଥ ରହିଛି ଯାହାକୁ ନିଜ ଖାଦ୍ୟରେ ସାମିଲ କରିବା ଦ୍ୱାରା ଶରୀରରେ ଶ୍ୱେତ ରକ୍ତ କଣିକାର ମାତ୍ରା ବଢିଥାଏ। ଜାଣନ୍ତୁ ତାହା କ’ଣ….
ଅଦା ଓ ରସୁଣ –
ଆପଣ ନିୟମିତ ଖାଦ୍ୟରେ ଅଦା ଓ ରସୁଣ ସାମିଲ କରନ୍ତୁ। ଏହା ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିବା ସହ ଶ୍ୱେତରକ୍ତ କଣିକା ସୃଷ୍ଟି କରିଥାଏ। ତେଣୁ ଏହାକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ। ଏପରି କରିବା ଦ୍ୱାରା ଆପଣ ସୁସ୍ଥ ରହିପାରିବେ।
ବାଦାମ –
ସଭିଏଁ ଜାଣି ଥିବେ ଯେ, ବାଦାମ ଆମ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ଅଟେ। ନିୟମିତ କିମ୍ବା ସପ୍ତାହକୁ ୩ ରୁ ୪ ଥର ବାଦାମ ଖାଇବା ଦ୍ୱାରା ଶରୀରରେ ଶ୍ୱେତରକ୍ତ କଣିକା ବୃଦ୍ଧି ହୋଇଥାଏ।
ହଳଦୀ –
ଆପଣଙ୍କ ଖାଦ୍ୟରେ ନିୟମିତ ହଳଦୀକୁ ସାମିଲ କରନ୍ତୁ। ହଳଦୀ ବିନା କୌଣସି ବ୍ୟଞ୍ଜନ ଖାଆନ୍ତୁ ନାହିଁ। ହଳଦୀ ହାଡ଼କୁ ଶକ୍ତ କରିବା ସହ ବହୁ ରୋଗରୁ ଶରୀରକୁ ରକ୍ଷା କରିଥାଏ। ଏହା ରକ୍ତକୁ ସଫା ରଖିଥାଏ। ସପ୍ତାହକୁ ୩ ରୁ ୪ ଥର ହଳଦୀ ମିଶା କ୍ଷୀର ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ହୋଇଥାଏ।
ଖଟାଯୁକ୍ତ ଫଳ –
ଖଟାଯୁକ୍ତ ଫଳର ସେବନ କରନ୍ତୁ। ଏଥିରେ ଭିଟାମିନ ସି ପ୍ରଚୁର ପରିମାଣରେ ଥାଏ। ଏହା ଶରୀରରେ ଶ୍ୱେତରକ୍ତ କଣିକାର ମାତ୍ରା ବଢାଇବାରେ ସାହାଯ୍ୟ କରିଥାଏ। ଆମ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭକାରୀ ଅଟେ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories