ବଲାଙ୍ଗୀର : ପରକୀୟା ପ୍ରୀତି ଯୋଗୁଁ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରାଯାଇଛି। ବଲାଙ୍ଗୀର ଜିଲା ଇଚ୍ଛାପଡା ସମଲେଖ ନଗରରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
ସୂଚନାଯୋଗ୍ୟ ଯେ, ମହିଳା ଜଣକ କାଲି ଜଣେ ବ୍ୟକ୍ତିଙ୍କ ସହ ଘରୁ ପଳାଇ ଆସିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ବ୍ୟକ୍ତି ଜଣକ ମହିଳାଙ୍କୁ ହତ୍ୟା କରି ଗଛରେ ଝୁଲାଇ ଦେଇଥିବା ଅଭିଯୋଗ ହୋଇଛି।



