www.samajalive.in
Sunday, December 14, 2025
14.1 C
Bhubaneswar

ଭଗବାନ ଶିବଙ୍କ ଚାଳିଶା ପାଠ କରିବାର ସଠିକ ଉପାୟ

ପୂଜାପାଠରେ ଶିବ ଚାଳିଶା ପାଠର ଅନେକ ମହତ୍ତ୍ବ ରହିଛି। ଶିବ ଚାଳିଶାରେ ଉଲ୍ଲେଖ ଥିବା ସରଳ ଶବ୍ଦ ଦ୍ବାରା ଭଗବାନ ଶିବଙ୍କୁ ପ୍ରସନ୍ନ କରାଯାଇ ପାରିବ। ଶିବ ଚାଳିଶା ପାଠ କରିବା ଦ୍ବାରା କଠିନରୁ କଠିନ କାର୍ଯ୍ୟ ଖୁବ ସରଳ ଭାବେ କରାଯାଇପାରେ। ଏହି ଚାଳିଶାରେ ୪୦ଟି ପଂକ୍ତି ରହିଛି ଯାହାର ମହତ୍ତ୍ବ ଅଧିକ ଅଟେ। ଆସନ୍ତୁ ଜାଣିବା ଶିବ ଚାଳିଶା ପାଠର ସଠିକ ଉପାୟ ..

ଉପାୟ :

- Advertisement -

ସକାଳ ଶୀଘ୍ର ଉଠି ନିତ୍ୟକର୍ମ ସାରି ସ୍ନାନ କରି ସଫା ପୋଷାକ ପରିଧାନ କରନ୍ତୁ।

ପୂଜା ଘରେ ଏକ ସଫ ଆସନ ପକାଇ ପୂର୍ବ ଦିଗକୁ ମୁହଁ କରି ବସନ୍ତୁ।

ପ୍ରଥମେ ଶିବଙ୍କୁ ଧୂପ, ଦୀପ, ଚନ୍ଦନ, ମାଳା, ବେଲପତ୍ର ଓ ଧଳା ଫୁଲ ଅର୍ପଣ କରନ୍ତୁ । ଏହାସହ ମିଶ୍ରିକୁ ପ୍ରସାଦ ପାଇଁ ରଖନ୍ତୁ।

ଚାଳିଶା ପାଠ କରିବା ପୂର୍ବରୁ ପ୍ରଥମେ ଶୁଦ୍ଧ ଗାଈ ଘିଅ​‌ରେ ଦୀପ ପ୍ରଜ୍ବଳିତ କରନ୍ତୁ।

ଏକ ଲୋଟାରେ ଜଳ ଭର୍ତ୍ତି କରି ମଧ୍ୟ ରଖନ୍ତୁ।

ଭଗବାନ ଶିବଙ୍କ ଶିବ ଚାଳିଶା ୩ଥର କିମ୍ବା ୫ଥର ପାଠ କରନ୍ତୁ।

ଆପଣ ଶିବ ଚାଳିଶା ପାଠ କରୁଥିବା ବେଳେ ତାହାକୁ ଯେତେ ଲୋକ ଶୁଣିବେ ସେତେ ଲାଭ ମିଳିବ।

ଶିବ ଚାଳିଶାକୁ ସମ୍ପୂର୍ଣ୍ଣ ଭକ୍ତିଭାବର ସହ ପାଠ କରନ୍ତୁ। ଏପରି ପରିବା ଦ୍ବାରା ଭଗବାନ ପ୍ରସନ୍ନ ହୋଇଥାଆନ୍ତି।

ଚାଳିଶା ପାଠ କରି ସାରିବା ପରେ ପାଖରେ ରଖିଥିବା ଜଳକୁ ଘର ସାରା ଛିଞ୍ଚି ଦିଅନ୍ତୁ।

ଭଗବାନଙ୍କ ନିକଟରେ ଭୋଗ ଲଗାଇ ସାରିବା ପରେ ତାହାକୁ ନିଜେ ଖାଆନ୍ତୁ। ଏହାସହ ଛୋଟ ପିଲାଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତୁ।

 

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories