www.samajalive.in
Tuesday, December 9, 2025
23.1 C
Bhubaneswar

କାର୍‌ ସହ ଜଳିଗଲେ ମା’, ଦୁଇ ଝିଅ

ନୂଆଦିଲ୍ଲୀ: ଅନ୍ୟମାନଙ୍କୁ ବଞ୍ଚାଇବାକୁ ଯାଇ ନିଜ ପରିବାରର ବଳିଦାନ ଦେଇଛନ୍ତି ଜଣେ ବ୍ୟକ୍ତି। ଫଳରେ କାର ଭିତରେ ତାଙ୍କର ପତ୍ନୀ ଏବଂ ଦୁଇ ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ରବିବାର ସନ୍ଧ୍ୟାରେ ଏଭଳି ଦୁଃଖଦ ଘଟଣା ଘଟିଛି ରାଜଧାନୀ ନୂଆଦିଲ୍ଲୀ ଅକ୍ଷରଧାମ ମନ୍ଦିର ନିକଟରେ।

ସୂଚନା ମୁତାବକ, ରାମ ପାର୍କ ଅଞ୍ଚଳରେ ରହୁଥିବା ଉପେନ୍ଦ୍ର ମିଶ୍ରା ରବିବାର ଛୁଟି କାଟିବାକୁ ପରିବାର ସହ କାରରେ ଯାଇଥିଲେ। ସାଥୀରେ ଥିଲେ ପତ୍ନୀ ରଞ୍ଜନା, ଝିଅ ରିଦ୍ଦି(୬), ସିଦ୍ଦି(ଦେଢ଼ବର୍ଷ) ଏବଂ ନିକି(୩)। ସେମାନେ କାଲକାଜି ମନ୍ଦିରରେ ଦର୍ଶନ ସାରି ଅକ୍ଷରଧାମ ମନ୍ଦିରକୁ ଯାଉଥିଲେ। ରେଳ ଓଭରବ୍ରିଜ ଉପରେ ଅଚାନକ କାରର ପଛ ଭାଗରେ ନିଆଁ ଲାଗିଯାଇଥିଲା। ରାସ୍ତାରେ ବହୁ ସଂଖ୍ୟା ଗାଡ଼ିମୋଟର ଯାତାୟାତ କରୁଥିବାରୁ ଅନ୍ୟମାନଙ୍କୁ ରକ୍ଷା କରିବାକୁ ଯାଇ ଉପେନ୍ଦ୍ର ନିଆଁ ଲାଗିଥିବା କାରକୁ ନ ଅଟକାଇ ଓଭରବ୍ରିଜ ଉପରୁ ତଳକୁ ନେଇ ଆସିଥିଲେ। ପରେ ସେ ତାଙ୍କ ସିଦ୍ଦିଙ୍କୁ ଧରି ବାହାରକୁ ଚାଲିଆସିଥିଲେ। ପରେ ତାଙ୍କ ପତ୍ନୀ ଏବଂ ଦୁଇ ଝିଅଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଡୋର ଲକ୍‌ ହୋଇଯାଇଥିବାରୁ ତାଙ୍କୁ ବାହାରକୁ ଆଣିପାରି ନ ଥିଲେ। ଶେଷରେ ଚିତ୍କାର କରି ସେ ଜଳନ୍ତା କାର ଉପରକୁ ଡେଇଁ ସେମାନଙ୍କୁ ବଞ୍ଚାଇବାକୁ ଉଦ୍ୟମ କଲା ବେଳକୁ ସ୍ଥାନୀୟ ଲୋକେ ତାଙ୍କୁ ଅଟକାଇଥିଲେ। ଉପେନ୍ଦ୍ରଙ୍କ ଆଖି ସାମ୍ନାରେ ତାଙ୍କ ପତ୍ନୀ ଏବଂ ୨ ଝିଅ ଜଳିଯାଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି କାର ନିଆଁକୁ ଲିଭାଇଥିଲେ। ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

- Advertisement -

ଉପେନ୍ଦ୍ର କାର-୨୪ କମ୍ପାନୀରେ କାମ କରୁଥିଲେ। ସେଠାରୁ ଏକ ମାସ ପାଇଁ ଏକ କାର ଭଡ଼ାରେ ଆଣିଥିଲେ। ରବିବାର ତାଙ୍କର ଛୁଟି ନ ଥିଲେ ବି ସେ ଛୁଟି ନେଇ ପତ୍ନୀ ଏବଂ ପିଲାମାନଙ୍କୁ ବୁଲାଇବାକୁ ନେଇଥିଲେ।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories