www.samajalive.in
Monday, December 15, 2025
14.1 C
Bhubaneswar

ରେଳ ଷ୍ଟେସନ୍‌ ସଫେଇ କରିବ ମେସିନ୍‌

ସଫେଇକୁ ନେଇ ବହୁବାର ଅଭିଯୋଗ ହେବା ପରେ ରେଳ ବିଭାଗ ପକ୍ଷରୁ ନୂଆ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଆଗାମୀ ଦିନରେ ଷ୍ଟେସନ୍‌ ପରିସର ଓ ବାହାର ସଫେଇ କାମରେ ମେସିନ୍‌କୁ ନିୟୋଜିତ କରାଯିବ। ଠିକା ସଂସ୍ଥାର କର୍ମଚାରୀ ଓ ଚୁକ୍ତିଭିତ୍ତିକ କର୍ମଚାରୀମାନେ ମଧ୍ୟ ନିଜର ଉପସ୍ଥାନ ମେସିନ୍‌ ମାଧ୍ୟମରେ ଦେବେ। ଷ୍ଟେସନ୍‌ ପରିସରକୁ ସଫା ରଖିବା ପାଇଁ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ମେସିନ୍‌କୁ କାମରେ ଲଗାଯିବ। ପ୍ରାୟ ଦୁଇ ମାସ ମଧ୍ୟରେ ଷ୍ଟେସନ୍‌ରେ ମେସିନ୍‌ ଓ କର୍ମଚାରୀ ମିଳିତ ଭାବେ ସଫେଇ କରିବେ ବୋଲି ଜଣାପଡିଛି। ଅପରପକ୍ଷେ ଆଜି ରେଳ ବୋର୍ଡର ଯୁଗ୍ମ ସଚିବ (ପ୍ରଶାସନ) ହିମାଦ୍ରି ମହାରଣାଙ୍କ ନେତୃତ୍ବରେ ବରିଷ୍ଠ ଅଧିକାରୀଙ୍କର ଏକ ଟିମ୍ ଆଜି ଭୁବନେଶ୍ବର ରେଳ ଷ୍ଟେସନ୍ ପରିଦର୍ଶନ କରି ସଫେଇ ବ୍ୟବସ୍ଥା ତଦାରଖ କରିଥିଲେ। ତେବେ କିଛି ସ୍ଥାନରେ ଆବର୍ଜନା ପଡିଥିବା ନେଇ ଅଧିକାରୀମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ଏହା ଉପରେ ଗୁରୁତ୍ବ ଦେବା ପାଇଁ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।
ବର୍ତ୍ତମାନ ଷ୍ଟେସନ୍‌ର ସଫେଇ ଦାୟିତ୍ବ ନେଇଥିବା ସଂସ୍ଥା ଘରୋଇ ସଂସ୍ଥାର ଟେଣ୍ଡର ଅବଧି ଜାନୁଆରୀରୁ ଶେଷ ହୋଇଥିବା ବେଳେ ନୂତନ ଟେଣ୍ଡର ଆହ୍ବାନ କରାଯାଇଛି। ଏବେ ସଫେଇ ସଂସ୍ଥା ମୁଖ୍ୟତଃ ହାତରେ ଷ୍ଟେସନ୍ ପରିସରକୁ ସଫା କରୁଥିବା ବେଳେ ସେମାନଙ୍କର ସ୍ଥାନ ନେବ ଆଧୁନିକ ମେସିନ୍। ନୂଆ ଟେଣ୍ଡରରେ ମେସିନ୍ ସଫେଇ ବ୍ୟବସ୍ଥା ସାମିଲ୍ କରାଯାଇଛି। ଯଦ୍ବାରା ମାନବସମ୍ବଳ ହ୍ରାସ ପାଇବା ସହ ସମୟର ଅପଚୟକୁ ରୋକାଯାଇ ପାରିବ। ନୂଆ ବ୍ୟବସ୍ଥା ଅନୁସାରେ କାର୍ଯ୍ୟରେ ନିୟୋଜିତ ସମସ୍ତ ସଫେଇ କର୍ମଚାରୀଙ୍କ ମେସିନ୍‌ ଜରିଆରେ ଉପସ୍ଥାନ ପକାଇ‌େ‌ବ। ଏନେଇ ରେଳ ଷ୍ଟେସନ୍‌ ନିର୍ଦେଶକ ଚିତ୍ତରଞ୍ଜନ ନାୟକ କହନ୍ତି ଟେଣ୍ଡର ମନୋନୟନ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳ ଖୁବ୍‌ ଶୀଘ୍ର ନୂଆ ସଂସ୍ଥାକୁ ଷ୍ଟେସନ୍‌ ସଫେଇ ଦାୟିତ୍ବ ଦିଆଯିବ। ସଫେଇ କାମରେ ମେସିନ୍‌ ନିୟୋଜିତ ହେଲେ ଷ୍ଟେସନ୍‌ର ପରିମଳ ବ୍ୟବସ୍ଥାରେ ଉନ୍ନତି ଆସିବ ବୋଲି ସେ କହିଛନ୍ତି। ଅପରପକ୍ଷେ ଆଜି ପରିଦର୍ଶନ ଅଧିକାରୀ ସମୟରେ ବିଭିନ୍ନ ସ୍ଥାନରେ ପଡିଥିବା ଆବର୍ଜନା,ପାନଛେପ ଏବଂ ଷ୍ଟେସନ୍‌ ବାହାର ପ୍ରବେଶପଥ ନିକଟରେ ସଫେଇକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏହି ସବୁ ଅଞ୍ଚଳରେ ସଫେଇ ବ୍ୟବସ୍ଥାର ସୁଧାର ଆଣିବା ସହ ସଫେଇ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବାକୁ ଅଧିକାରୀମାନେ ନିର୍ଦେଶ ଦେଇଥିଲେ। ଏହା ବ୍ୟତୀତ ଅନ୍ୟ କାମଗୁଡିକର ମଧ୍ୟ ସମୀକ୍ଷା କରିଥିଲେ। ଷ୍ଟେସନ୍‌ର ସିଏମ୍‌ଆଇ କ୍ରିଷ୍ଣା ରାଓ, ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଆଲୋକ ସିଂହ, ଭାଇ ଶ୍ରୀନିବାସ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories