www.samajalive.in
Saturday, December 13, 2025
27.1 C
Bhubaneswar

ବନ୍ଦ ହେଲା ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା

ଭୁବନେଶ୍ୱର: ବିଗତ ୪ବର୍ଷ ପରି ଚଳିତ ବର୍ଷ ମଧ୍ୟ ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା ବନ୍ଦ ହୋଇଯାଇଛି। ଦିଅଁଙ୍କ ସାହାଣମେଲା ନୀତିଠାରୁ ଶ୍ରୀଜୀଉଙ୍କ ଅନ୍ୟାନ୍ୟ ନୀତି ଶନିବାର ହୋଇପାରିନି। ଦିଅଁ ଯାତ୍ରା ପୂଜା ହୋଇ ପାରିନଥିବାରୁ ଶ୍ରୀଜୀଉ କପିଳେଶ୍ବର ମନ୍ଦିରକୁ ଯାଇପାରୁ ନାହାନ୍ତି । ଏପେଟ ମନ୍ଦିର ପ୍ରଶାସନ ଅଡୁଆ ଭିତରକୁ ପଶିବାକୁ ସାହସ ଜୁଟାଇ ପାରୁନି। ଅଦାଲତରେ କପିଳନାଥଙ୍କ ଦୁଇ ପ୍ରମୁଖ ସେବକଙ୍କ ମାମଲା ବିଚାରାଧୀନ ରହିଥିବା ବେଳେ ଶ୍ରୀଜୀଉଙ୍କୁ କପିଳେଶ୍ବର ନେବା ସମ୍ଭବ ହେଉନି । ଏସମ୍ପର୍କରେ ମନ୍ଦିର ପ୍ରଶାସନକୁ ପଚାରିବାରେ ଗତବର୍ଷ ଯେମିତି ଥିଲା ସେମିତି ରହିଥାଉ ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ତଥା ଅତିରିକ୍ତ ଜିଲାପାଳ ଅରୂଣ ବେହେରା କହିଛନ୍ତି । ଏପଟେ ଶ୍ରୀଜୀଉଙ୍କ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତିଙ୍କୁ ପଚାରିବାରେ ସରକାରଙ୍କ ଆନ୍ତରିକତା ଅଭାବ ଯୋଗୁଁ ଦିଅଁଙ୍କ ଯାତ୍ରାପୂଜା ହୋଇପାରୁନି। ଦୀର୍ଘ ୫ବର୍ଷ ଧରି ଏଭଳି ସମସ୍ୟା ଲାଗି ରହିଛି।
ସୂଚନା ଯୋଗ୍ୟ କି, ୨୦୧୫ ମସିହାରେ ଅଁଳା ନବମୀରେ କପିଳେଶ୍ବରଙ୍କ ମଲିଆ ଓ ଖୁଣ୍ଟିଆ ସେବାୟତଙ୍କ ମଧ୍ୟରେ ସେବାପୂଜାକୁ ନେଇ ବିବାଦ ଉପୁଜିଥିଲା। ଯାହାକି ଅଦ୍ୟାବଧି ଉକ୍ତ ସମସ୍ୟାର ସମାଧାନ ହୋଇପାରୁନି । ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ଯିବାର ପ୍ରଥମ ଶନିବାରରେ ମହାପ୍ରଭୁ କିପେଳଶ୍ବର ମନ୍ଦିର ଯାଇଥାନ୍ତି। ସେଠାରେ ପ୍ରଭୁ କପିଳନାଥଙ୍କ ସହ ଭେଟ ଆଳତି ହୋଇ ଭୋଗଲାଗି ହେବା ପରେ ସେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ଫେରିବା ସମୟରେ ଦିଅଁ ଲିଙ୍ଗରାଜ ମନ୍ଦିର ଦକ୍ଷିଣ ପଶ୍ଚିମ ପାର୍ଶ୍ବରେ ଥିବା ଐଶାନେଶ୍ବର ମନ୍ଦିରକୁ ଯାଇଥାନ୍ତି। ସେଠାରେ ଦିଅଁଙ୍କ ଐଶାନେଶ୍ବରଙ୍କ ସହ ଭେଟଆଳତି ହୋଇ ଭୋଗ ଲାଗି ହେବା ପରେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ଶ୍ରୀଜୀଉଙ୍କ ଏହି ଯାତ୍ରାକୁ ହାଣ୍ଡିଭଙ୍ଗା ଯାତ୍ରା କୁହାଯାଏ।
୨୦୧୫ରୁ କପିଳେଶ୍ବର ମନ୍ଦିରେ ଲାଗିରହିଥିବା ମଲିଅା ଓ ଖୁଣ୍ଟିଅା ସେବାୟତଙ୍କ ମଧ୍ୟରେ ଥିବା ବିବାଦ ତୁଟିନଥିବାରୁ ଦିଅଁ କପିଳେଶ୍ବ ମନ୍ଦିର ଯାଇ ପାରୁନାହାନ୍ତି। ଫଳରେ ଦିଅଁଙ୍କ ଯାତ୍ରା ପରମ୍ପରା ରକ୍ଷା କରାଯାଇ ପାରୁନି। ଶ୍ରୀଲିଙ୍ଗରାଜଙ୍କ ଏହି ଯାତ୍ରାରେ କପିଳେଶ୍ବର ମନ୍ଦିରରେ ଖୁଣ୍ଟିଆ ସେବାୟତଙ୍କ ସେବା କାର୍ଯ୍ୟଥିବା ଯୋଗୁଁ ସେଠାରେ ଖୁଣ୍ଟିଆ ସେବାୟତ ତାଙ୍କର ସେବାକାର୍ଯ୍ୟ ଫେରି ପାଇନଥିବାରୁ ଶ୍ରୀଲିଙ୍ଗରାଜଙ୍କ ସେବାୟତ ଦିଅଁଙ୍କୁ ନେଇ ଯିବାକୁ ଇଛା ପ୍ରକାଶ କରୁନାହାନ୍ତି। ଫଳରେ ସେବେଠାରୁ ଦିଅଁଙ୍କ ଏହି ପରମ୍ପରା ବନ୍ଦ ହୋଇଯାଇଛି। ଅନ୍ୟପକ୍ଷରେ ଦେବୋତ୍ତର ବିଭାଗ ଉକ୍ତ ପରମ୍ପରାକୁ ରଖିବା ଲାଗି କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ବିଭିନ୍ନ ସାମାଜିକ ସଂଗଠନ ପରମ୍ପରା ରଖିବାକୁ ଦାବି କରୁଥିବା ବେଳେ ଦେବୋତ୍ତର ବିଭାଗର ଉଦାସୀନତା କାର୍ଯ୍ୟ ଯୋଗୁଁ ଶ୍ରଦ୍ଧାଳୁଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories