ପଳାତକ ନୀରବ ମୋଦୀ ପ୍ରତ୍ୟର୍ପଣ ପ୍ରସଙ୍ଗ: ବ୍ରିଟେନର ଜବାବ ଅପେକ୍ଷାରେ ଭାରତ

ନୂଆଦିଲ୍ଲୀ: ଲଣ୍ଡନର ଟେଲିଗ୍ରାଫ ସମ୍ବାଦପତ୍ର ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀ ସେଠାରେରେ ରହୁଥିବା ଖବର ପ୍ରକାଶିତ କଲା ପରେ ପ୍ରତ୍ୟର୍ପଣ ପ୍ରସଙ୍ଗରେ ବ୍ରିଟେନର ଉତ୍ତରକୁ ଅପେକ୍ଷା କରାଯାଉଥିବା ଭାରତ କହିଛି। ଭାରତ ପକ୍ଷରୁ ୨୦୧୮ ମସିହା ଅଗଷ୍ଟ ମାସରେ ପଳାତକ ନୀରବ ମୋଦୀ ପ୍ରତ୍ୟର୍ପଣ ନେଇ ବ୍ରିଟେନକୁ ଅନୁରୋଧ କରାଯାଇଥିଲା। ଭାରତ ବର୍ଷରେ ସବୁଠାରୁ ବଡ ବ୍ୟାଙ୍କ ଠକେଇ ମାମଲାରେ ସେ ମୁଖ୍ୟ ଦୋଷୀ। ପଞ୍ଜାବ ନେସନାଲ ବ୍ୟାଙ୍କରେ ମିଥ୍ୟା ତଥ୍ୟ ଦେଇ ନୀରବ ମୋଦୀ ୨ବିଲିଅନ ଡଲାର ଋଣ ଠକିଛି। ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି ଯେ ନୀରବ ମୋଦୀଙ୍କୁ ଲଣ୍ଡନ ରାସ୍ତାରେ ଚାଲୁଥିବାର ଦେଖାଯାଇଛି।