www.samajalive.in
Saturday, December 6, 2025
15.1 C
Bhubaneswar

ଘାଇଲା କରିପାରେ ଘିବ୍‌ଲି ଆପ୍‌: ସଚେତନ କରୁଛି ସାଇବର ପୁଲିସ୍

ଭୁବନେଶ୍ବର : ଘିବ୍‌ଲି ଆପ୍‌ ପୁଲିସ ପାଇଁ ଚିନ୍ତାର କାରଣ ପାଲଟିଛି। ସାମାଜିକ ଗଣମାଧ୍ୟମରେ ଏହି ଆପ୍‌ ଟ୍ରେଣ୍ଡ କରୁଛି। ଯୁବପିଢ଼ିଠୁ ଆରମ୍ଭ କରି ସବୁବର୍ଗ ଲୋକେ ଘିବ୍‌ଲି ଆପରେ ବାୟା ଅଛନ୍ତି। ନିଜ ନିଜ ଫଟୋକୁ କାର୍ଟୁନ କରିବା ସମସ୍ତଙ୍କୁ ନିଶା ଘାରିଛି। ତେବେ ଏହି ପାଗଳାମି ବିପଦ ସାଜିପାରେ। ଘିବ୍‌ଲି ଆପ୍‌ ସମ୍ପୃକ୍ତ ବ୍ୟବହାରକାରୀଙ୍କ ଆକାଉଣ୍ଟ ଖାଲି କରିବା ଆଶଙ୍କା ବୃଦ୍ଧି ପାଉଛି। ଏନେଇ କ୍ରାଇମବ୍ରାଞ୍ଚ ସାଇବର ସେଲ୍‌ ଲୋକଙ୍କୁ ସଚେତନ କରିବା ସହ ସତର୍କ କରିଛି। ଏହି ଆପ୍ ବ୍ୟବହାର କଲେ ବ୍ୟକ୍ତିଗତ ତଥ୍ୟ ଚୋରି ହେବ ବୋଲି ସାଇବର ପୁଲିସ ସନ୍ଦେହ କରିଛି। ସଚେତନ ନ ହେଲେ କାର୍ଟୁନ ଆପ୍‌ ଆକାଉଣ୍ଟ ଖାଲି କରିପାରେ। ଘିବଲି ଆପ୍ ସାଇବର ଠକେଇ ବୃଦ୍ଧିର କାରଣ ସାଜିବ। ଏହି ଆପ୍ ଜରିଆରେ ମୋବାଇଲର ସବୁ ତଥ୍ୟ ସାଇବର ଠକ ନେଇଯାଇ ପାରନ୍ତି। ଯେକୌଣସି ସମୟରେ ତଥ୍ୟକୁ ନେଇ ବ୍ଲାକ୍‌ମେଲିଂ କରିବାର ଆଶଙ୍କା ରହୁଛି। ସେଥିପାଇଁ କ୍ରାଇମବ୍ରାଞ୍ଚ ନିର୍ଦେଶକ୍ରମେ ସାଇବର ପୁଲିସ ସଚେତନତା ଆରମ୍ଭ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories