www.samajalive.in
Friday, December 5, 2025
26.1 C
Bhubaneswar

ଆଜି ଯୁଗଳ ମ୍ୟାଚ୍‌: କୋଲକାତାକୁ ଭେଟିବ ଲକ୍ଷ୍ନୌ, ଦୁଇ କିଙ୍ଗ୍‌ସଙ୍କ ମୁକାବିଲା

କଲକାତା/ମୁଲାନପୁର : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)-୨୦୨୫ର ଆଜି ଦୁଇଟି ମ୍ୟାଚ ଖେଳାଯିବ। ଅପରାହ୍ଣ ୩ଟା ୩୦ରୁ ଇଡେନ ଗାର୍ଡେନରେ ୨୧ତମ ମ୍ୟାଚରେ କୋଲକାତା ନାଇଟ୍‌ ରାଇଡର୍ସ- ଲକ୍ଷ୍ନୌ ସୁପରଜିଆଣ୍ଟ୍‌ସକୁ ଓ ରାତି ୭ଟା ୩୦ରେ ମୁଲାନପୁରରେ ପଞ୍ଜାବ କିଙ୍ଗ୍‌ସ- ଚେନ୍ନଇ ସୁପରକିଙ୍ଗ୍‌ସକୁ ଭେଟିବ। ଅଜୀଙ୍କ୍ୟ ରାହାଣେଙ୍କ ନେତୃତ୍ବାଧିନ କଳକାତା ନାଇଟ୍‌ ରାଇଡର୍ସ ୪ଟି ମ୍ୟାଚରୁ ୨ଟି ବିଜୟ ଓ ଦୁଇଟି ପରାଜିତ ହୋଇଛି। ଦଳ ଶେଷ ମ୍ୟାଚରେ ସନରାଇଜର୍ସ ହାଇଦରାବାଦକୁ ୮୦ରନରେ ପରାସ୍ତ କରିଥିଲା। ବ୍ୟାଟିଂରେ କ୍ବିଣ୍ଟନ ଡିକକ, ସୁନୀଲ ନାରାୟଣ, ଅଜିଙ୍କ୍ୟ ରାହାଣେ, ଅଙ୍ଗକ୍ରିସ ରଘୁବଂଶୀ, ରିଙ୍କୁ ସିଂହ, ଭେଙ୍କଟେଶ ଆୟର ଓ ଆ​‌େ​‌ନ୍ଦ୍ର ରସେଲ ରହିଛନ୍ତି। ଶେଷ ମ୍ୟାଚରେ ଭେଙ୍କଟେଶ ଚମତ୍କାର ଇନିଂସ ଖେଳିଥିବାବେଳେ ରିଙ୍କୁ ମଧ୍ୟ ରନ କରିଥିଲେ। ବୋଲିଂରେ ବୈଭବ ଆରୋରା, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ ପ୍ରମୁଖ ରହିଛନ୍ତି। ଦଳ ଉଭୟ କ୍ଷେତ୍ରରେ ସ୍ଥିର ପ୍ରଦର୍ଶନ କରୁଛି। ଅନ୍ୟପକ୍ଷରେ ଋଷଭ ପନ୍ତଙ୍କ ନେତୃତ୍ବାଧିନ ଲକ୍ଷ୍ନୌ ୪ଟି ମ୍ୟାଚରୁ ୨ଟି ବିଜୟ ଓ ୨ଟିପରାଜିତ ହୋଇଛି। ଦଳ ମଧ୍ୟ ଶେଷ ମ୍ୟାଚରେ ମୁମ୍ବଇ ଇଣ୍ଡିଆନ୍‌ସକୁ ୧୨ରନରେ ପରାସ୍ତ କରିଥିଲା। ପନ୍ତ ଏପର୍ଯ୍ୟନ୍ତ ଫର୍ମକୁ ନଫେରିବା ଦଳକୁ ଚିନ୍ତାରେ ପକାଇଛି। ମିଚେଲ ମାର୍ଶ ଓ ନିକୋଲାସ ପୁରନ ଦଳର ବ୍ୟାଟିଂ ସ୍ଥିତିକୁ ସମ୍ଭାଳୁଛନ୍ତି। ଏହାଛଡ଼ା ଐଡେନ ମାର୍କରାମ, ଡେଭିଡ୍‌ ମିଲର ମଧ୍ୟ ରନ କରୁଛନ୍ତି। ବୋଲିଂ କ୍ଷେତ୍ରରେ ସାର୍ଦୁଳ ଠାକୁରଙ୍କ ସହ ଆକାଶ ଦୀପ୍‌, ଆଭେଶ ଖାନ, ଦିଗ୍‌ଭାସ ରାଠି, ରବି ବିଷ୍ଣୋୟୀ ପ୍ରମୁଖ ରହିଛନ୍ତି। ଉଭୟ ଦଳ ବର୍ତ୍ତମାନ ସମାନ ସ୍ଥିତିରେ ରହିଛନ୍ତି। ଶେଷ ମ୍ୟାଚରେ ଉଭୟ ଦଳ ବିଜୟୀ ହୋଇଥିବାରୁ ଉକ୍ତ ପ୍ରଦର୍ଶନକୁ ବଜାୟ ରଖିବା ନେଇ ଉଦ୍ୟମ କରିବେ। ସେହିପରି ମୁଲାନପୁରରେ ପଞ୍ଜାବ କିଙ୍ଗ୍‌ସ -ଚେନ୍ନଇ ସୁପରକିଙ୍ଗ୍‌ସକୁ ଭେଟିବ। ଉଭୟ ଦଳ ଶେଷ ମ୍ୟାଚରେ ପରାଜିତ ହୋଇଛନ୍ତି। ପଞ୍ଜାବ କିଙ୍ଗ୍‌ସ ୩ଟି ମ୍ୟାଚରୁ ଦୁଇଟି ବିଜୟ ଓ ଗୋଟିଏ ପରାଜିତ ହୋଇଛି। ​‌େ​‌ଶଷ ମ୍ୟାଚରେ ଦଳ ବ୍ୟାଟିଂ କ୍ଷେତ୍ରରେ ବିଫଳ ହେବା ସହିତ ରାଜସ୍ଥାନ ରୟାଲ୍‌ସ ନିକଟରୁ ୫୦ରନରେ ପରାଜିତ ହୋଇଥିଲା। ରାଜସ୍ଥାନ ବିପକ୍ଷରେ ନେହାଲ ୱାଧେରା ଅର୍ଦ୍ଧଶତକ ହାସଲ କରିଥିବାବେଳେ ଗ୍ଲେନ ମ୍ୟାକ୍ସୱେଲ ୩୦ରନ କରିଥିଲେ। ମ୍ୟାକ୍ସୱେଲ ରନ କରିବା ଦଳକୁ ଆଶ୍ବସ୍ତି କରିଛି। ବୋଲିଂ କ୍ଷେତ୍ରରେ ଅର୍ଶଦୀପ୍‌ ସିଂହ, ମାର୍କୋ ୟାନସେନ, ଲୁକି ଫର୍ଗୁସନ ଯୁଜୁବେନ୍ଦ ଚହଲ ରହିଛନ୍ତି। ଦ୍ରୁତ ବୋଲିଂ କ୍ଷେତ୍ରରେ ଦଳ ଭଲ ପ୍ରଦର୍ଶନ କରୁଥିବାବେଳେ ସ୍ପିନ କ୍ଷେତ୍ରରେ ଦୁର୍ବଳ ରହିଛି। ଯୁଜୁବେନ୍ଦ୍ର ଚହଲ ଓ ମ୍ୟାକ୍ସୱେଲ ପ୍ରଭାବୀ ପ୍ରଦର୍ଶନ କରିବାରେ ବିଫଳ ହେଉଛନ୍ତି। ଋତୁରାଜ ଗାଏକ୍ବାର୍ଡଙ୍କ ନେତୃତ୍ବାଧିନ ଚେନ୍ନଇ ସୁପରକିଙ୍ଗ୍‌ସ ୪ଟି ମ୍ୟାଚ ଖେଳି ମାତ୍ର ଗୋଟିଏ ବିଜୟ ହାସଲ କରିଥିବାବେଳେ ୩ଟି ପରାଜିତ ହୋଇଛି। ଦଳ ପ୍ରଥମ ମ୍ୟାଚରେ ମୁମ୍ବଇ ଇଣ୍ଡିଆନ୍‌ସକୁ ପରାସ୍ତ କରିଥିବାବେଳେ ଶେଷ ୩ଟି ମ୍ୟାଚରେ ପରାଜିତ ହୋଇଛି। ପଞ୍ଜାବ କିଙ୍ଗ୍‌ସ ବିପକ୍ଷ ମ୍ୟାଚ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଛି। ଚେନ୍ନଇ ସୁପରକିଙ୍ଗ୍‌ସ ଆଇପିଏଲର ଶେଷ ୪ଟି ମ୍ୟାଚରେ ପଞ୍ଜାବ କିଙ୍ଗ୍‌ସ ନିକଟରୁ ପରାଜିତ ହୋଇଛି। ଦୁଇ କିଙ୍ଗ୍‌ସ ଚେନ୍ନଇ ସୁପରକିଙ୍ଗ୍‌ସ ଓ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବା ନେଇ ଆଶା କରାଯାଉଛି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories