www.samajalive.in
Monday, December 15, 2025
27.1 C
Bhubaneswar

ଦୁର୍ବଳ ହେଉଛି ଶ୍ରୀମନ୍ଦିର ମେଘନାଦ ପ୍ରାଚୀର

ପୁରୀ: ରକ୍ଷଣାବେକ୍ଷଣ ଅଭାବରୁ ଶ୍ରୀମନ୍ଦିର ମେଘନାଦ ପ୍ରାଚୀର ଭୁଶୁଡ଼ି ପଡ଼ିବା ଆଶଙ୍କା ଦେଖାଦେଇଛି। ମରାମତି ପରେ ମଧ୍ୟ ଶ୍ରୀମନ୍ଦିର ସିଂହଦ୍ବାର ପାଖରେ ଥିବା ରାମ ଦୟା ପରିଷଦ ନିକଟ ମେଘନାଦ ପ୍ରାଚୀରରେ ଫାଟ ସୃଷ୍ଟି ହୋଇଛି। ଆନନ୍ଦ ବଜାରର ହାତଧୁଆ ପାଣି ଡ୍ରେନରେ ନିଷ୍କାସିତ ହେବା ପରିବର୍ତ୍ତେ ମେଘନାଦ ପ୍ରାଚୀରରେ ଥିବା ଫାଟ ଦେଇ ନିଷ୍କାସିତ ହେଉଛି। ମେଘନାଦ ପ୍ରାଚୀରରେ ପାଣି ଝରିବା ଯୋଗୁଁ ଶିଉଳିର ପରସ୍ତ ଲାଗି ଯାଇଛି। ଏନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରବିବାର ଏଏସ୍‌ଆଇକୁ ଚିଠି ଲେଖି ଅବଗତ କରାଇଛନ୍ତି।

ଗତବର୍ଷ ଶ୍ରୀମନ୍ଦିର ସିଂହଦ୍ବାର ନିକଟ ରାମଦୟା ପରିଷଦ ପଛପଟ ମେଘନାଦ ପ୍ରାଚୀରରୁ ପାଣି ଝରୁଥିବା ଦେଖିବାକୁ ମିଳିଥିଲା। ଏନେଇ ହୋହଲ୍ଲା ହେବା ସହ ଶ୍ରୀମନ୍ଦିର ମେଘନାଦ ପ୍ରାଚୀରର ସୁରକ୍ଷା ନେଇ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ଓ ଏଏସଆଇ ଅଧିକାରୀଙ୍କ ମଧ୍ୟ‌େ‌ର ବୈଠକ ହୋଇ ଏହାର ରକ୍ଷଣାବେକ୍ଷଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମେଘନାଦ ପ୍ରାଚୀରରୁ ପାଣି ଝରୁଥିବା ସ୍ଥାନରେ ଶିଉଳି ଛଡ଼ାଇବା କାର୍ଯ୍ୟ ଆରମ୍ଭ କରିବା ସହ ପ୍ରାରମ୍ଭିକ ପର୍ଯ୍ୟାୟରେ ଗ୍ରାଉଟିଂ ଓ କେମିକାଲ ୱାଶିଂ ମଧ୍ୟ କରାଯାଇଥିଲା। ଶ୍ରୀମନ୍ଦିରର ଭିତର ଡ୍ରେନେଜ କାମ ସହ ବାହାର ପ୍ରାଚୀରର ମରାମତି କାର୍ଯ୍ୟ ଶେ‌ଷ‌ କରାଯାଇଥିଲା। ଫଳରେ ଆନନ୍ଦ ବଜାରର ହାତଧୁଆ ପାଣି ଝରିବା ବନ୍ଦ ହୋଇଥିଲା। ହେଲେ ପୁନର୍ବାର ଠିକ୍‌ ବର୍ଷକ ପରେ ଯଥାପୂର୍ବଂ ତଥା ପରଂ ଅବସ୍ଥା ମେଘନାଦ ପ୍ରାଚୀରରେ ଦେଖିବାକୁ ମିଳିଛି। ପୁନର୍ବାର ପାଣି ଝରିବା ଯୋଗୁଁ ମେଘନାଦ ପ୍ରାଚୀର ଦୁର୍ବଳ ହେବା ସହ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଭୁଶୁଡ଼ିବା ଆଶଙ୍କା ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ନିକଟ ବିଦ୍ୟୁତ୍‌ ପ୍ୟାନେଲ ନିକଟ ମେଘନାଦ ପ୍ରାଚୀରରୁ ମଧ୍ୟ ପାଣି ଝରୁଥିବା ଦେଖିବାକୁ ମିଳିଛି।

- Advertisement -

ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି, ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପ୍ରାଚୀର ମରାମତି ତଥା ପୁନରୁଦ୍ଧାର କାର୍ଯ୍ୟ ଅତି ଶୀଘ୍ର ହାତକୁ ନେବାକୁ ଏଏସଆଇକୁ ଅନୁରୋଧ କରାଯାଇଛି। ଏଏସ୍‌ଆଇ ପକ୍ଷରୁ ଏକ ବୈଷୟିକ ଟିମ୍‌ ଘଟଣାସ୍ଥଳ ପରିଦର୍ଶନ କରି ପାଣି ଝରିବାର ମୂଳ କାରଣ ସମ୍ପର୍କରେ ସର୍ବେକ୍ଷଣ କରି ସ୍ଥାୟୀ ପ୍ରତିକାର କରିବା ପାଇଁ କୁହାଯାଇଛି।

Hot this week

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

Related Articles

Popular Categories