www.samajalive.in
Saturday, December 13, 2025
27.1 C
Bhubaneswar

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ ପକ୍ଷରୁ ଭୁବନେଶ୍ୱର କୃଷି ଭବନରେ ନାଗରିକତା (ସଂଶୋଧନ) ଆଇନ,୨୦୧୯ ଅନୁଯାୟୀ ନାଗରିକତା ପ୍ରମାଣ ପତ୍ର ପ୍ରଦାନ ଉତ୍ସବ ଆୟୋଜିତ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମନ୍ତ୍ରୀ ସୁରେଶ ପୂଜାରୀ ଓ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ, ଜନ ଗଣନା ନିର୍ଦେଶକ ନିଖିଲ ପବନ କଲ୍ୟାଣଙ୍କ ଉପସ୍ଥିତରେ ବିଭିନ୍ନ ଦେଶରୁ ଆସିଥିବା ୩୫ ଜଣ ଆବେଦନ କାରୀଙ୍କୁ ନାଗରିକତା ପ୍ରମାଣ ପତ୍ର ପ୍ରଦାନ କରାଯାଇଛି।

ଭାରତ ସରକାର, ଗୃହ ମନ୍ତ୍ରଣାଳୟ ମାଧ୍ୟମରେ, ନାଗରିକତା ସଂଶୋଧନ ଆଇନ ୨୦୧୯ ସିଟିଜେନସିପ ଆମେଡ଼ମେଣ୍ଟ ଆକ୍ଟ [ସିଏଏ] ଅଧୀନରେ ଯୋଗ୍ୟ ଆବେଦନକାରୀମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବା ପ୍ରକ୍ରିୟା ଆରମ୍ଭହୋଇଛି ।  ୧୧ ମାର୍ଚ ୨୦୨୪ରେ ବିଜ୍ଞାପିତ ହୋଇଥିବା ନିୟମାବଳୀ ଅନୁଯାୟୀ ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାଳିସ୍ତାନରୁ ଆସିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ବ୍ୟକ୍ତିମାନେ, ଯେଉଁମାନେ ୩୧ ଡିସେମ୍ବର ୨୦୧୪ କିମ୍ବା ତାହା ପୂର୍ବରୁ ଭାରତକୁ ପ୍ରବେଶ କରିଥିଲେ, ସେମାନେ ଭାରତୀୟ ନାଗରିକତା ପାଇଁ ଆବେଦନ କରିବାକୁ ଯୋଗ୍ୟ । ଏହି ପ୍ରକ୍ରିୟାରେ ଆବେଦନ କରିଥିବା ୧୧୨୭ ଜଣ ଆବେଦନକାରୀଙ୍କ ମଧ୍ୟରୁ ୩୫ ଜଣ ଆବେଦକଙ୍କୁ ଆଜି ନାଗରିକତା ପ୍ରମାଣ ପତ୍ର ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ, ଓଡ଼ିଶା ସୌଜନ୍ୟରୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ବଣ୍ଟନ କରାଯାଇଛି । ଏହା ରାଜ୍ୟରେ ସିଏଏ କାର୍ଯ୍ୟକାରିତାରେ ଏକ ଗୁରୁତ୍ବପୂର୍ଣ ଗ୍ରନ୍ଥ ଏବଂ ନାଗରିକଙ୍କ ଉଦ୍ଦେଶ୍ୟରେ ମିତ୍ରତାପୂର୍ଣ ଏକ ହିତକାରୀ ପଦକ୍ଷେପ । ଏହି କାର୍ଯ୍ୟକ୍ରମରେ ଯେଉଁମାନେ ନାଗରିକତା ପ୍ରମାଣ ପତ୍ର ଗ୍ରହଣ କରିଛନ୍ତି ସେମାନେ ଏବଂ ସେମାନଙ୍କ ଆଗାମୀ ବଂଶଧର ଭବିଷ୍ୟତରେ ଭାରତୀୟ ନାଗରିକ ଭାବରେ ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ପାଇବା ପାଇଁ ଯୋଗ୍ୟ ରହିବେ ।                 ଆବେଦନଗୁଡ଼ିକ କେବଳ ଗୃହ ମନ୍ତ୍ରଣାଳୟ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଅନଲାଇନ୍ ପୋର୍ଟାଲ (https://indiancitizenshiponline.nic.in) ଓ ସିଏଏ -୨୦୧୯ କରାଯାଉଛି ।ଆବେଦକମାନେ ରାଜ୍ୟର ବିଭିନ୍ନ କମନ୍‌ ସର୍ଭିସ ସେଣ୍ଟର ମାଧ୍ୟମରେ କିମ୍ବା ଯେକୌଣସି ସ୍ଥାନରୁ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ ।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories