www.samajalive.in
Saturday, December 6, 2025
26.1 C
Bhubaneswar

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’

ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ ଅନୁପ୍ରବେଶକାରୀ ପ୍ରସଙ୍ଗରେ ଗୃହରେ ଉଷ୍ମତା ଦେଖିବାକୁ ମିଳିଛି। ଓଡ଼ିଶାରେ ବଙ୍ଗ ଭାଷାଭାଷୀ ଶ୍ରମିକଙ୍କୁ ବାଂଲାଦେଶୀ ଭାବେ ଚିତ୍ରଣ କରାଯାଇ ରାଜ୍ୟରୁ ବିତାଡ଼ିତ କରାଯାଉଛି ବୋଲି ତୃଣମୂଳ କଂଗ୍ରେସ ବୀରଭୂମି ସାଂସଦ ଶତାଦ୍ଦୀ ରାୟଙ୍କ ଅଭିଯୋଗକୁ ତୀବ୍ର ବିରୋଧ କରି ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସ୍ଥାନ ନାହିଁ ବୋଲି ପୁରୀ ସାଂସଦ ଡ. ସମ୍ବିତ ପାତ୍ର ସ୍ପଷ୍ଟ କରିଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଗୃହର ସଦସ୍ୟ ହୋଇ ନ ଥିବାରୁ ତାଙ୍କ ବିରୋଧରେ ଟିଏମସି ସାଂସଦଙ୍କ ଟିପ୍ପଣୀ ପରିପ୍ରେକ୍ଷୀରେ ଡ. ପାତ୍ର ଲୋକସଭା ବାଚସ୍ପତିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଏହି ବିଷୟରେ ରେକର୍ଡ ଅନୁଧ୍ୟାନ ପରେ ନିଷ୍ପତ୍ତି ନିଆଯିବ ବୋଲି ଗୃହରେ ଅଧ୍ୟକ୍ଷତା କରୁଥିବା ସାଂସଦ କୃଷ୍ଣପ୍ରସାଦ ଟେନ୍ନଟି ଆଶ୍ୱସନା ଦେଇଛନ୍ତି।
ଗୃହରେ ଓଡ଼ିଶାରେ ବାଲାଂଦେଶୀ ନାମରେ ବଙ୍ଗ ଭାଷାଭାଷୀଙ୍କୁ ବିତାଡ଼ିତ କରାଯିବା ପ୍ରସଙ୍ଗ ଉଠାଇ ବୀରଭୂମି ସାଂସଦ ଶତାଦ୍ଦୀ ରାୟ କହଛନ୍ତି ଯେ ଝାରସୁଗୁଡ଼ା ଜିଲାରେ ୪୪୪ ଜଣ ବଙ୍ଗ ଭାଷାଭାଷୀ ଶ୍ରମିକଙ୍କୁ ବେଆଇନ ଅନୁପ୍ରବେଶକାରୀ ଭାବେ ଦର୍ଶାଇ ରାଜ୍ୟରୁ ବିଦା କରାଯାଇଛି। ଏମାନଙ୍କ ମଧ୍ୟରେ ଜଣେ ଗର୍ଭବତୀ ଅଛନ୍ତି। ସମସ୍ତ ଶ୍ରମିକ ମାଲଦା, ମୁର୍ଶିଦାବାଦ, ବୀରଭୂମି, ଦକ୍ଷିଣ ୨୪ ପ୍ରଗଣା ଜିଲାର ବାସିନ୍ଦା। ସେମାନଙ୍କ ପାଖରେ ଆଧାର କାର୍ଡ, ମତଦାତା ପରିଚୟ ପତ୍ର ଥିଲେ ସୁଦ୍ଧା ଚିହ୍ନଟ ବେଳେ ଏସବୁକୁ ଯାଞ୍ଚ କରାଯାଉନାହିଁ।
ପୁରୀ ସାଂସଦ ଡ. ସମ୍ବିତ ପାତ୍ର ଟିଏମସି ସାଂସଦଙ୍କ ଅଭିଯୋଗକୁ ବିରୋଧ କରି କହିଛନ୍ତି ଯେ, ବଙ୍ଗୀୟ ମାନେ ହେଉଛନ୍ତି ଆମର ଭାଇ ଏବଂ ଓଡ଼ିଆ ଅସ୍ମିତା ଆମର ପରିଚୟ। କିନ୍ତୁ ଅନୁପ୍ରବେଶକାରୀ ବାଲାଂଦେଶୀ ଏବଂ ରୋହିଙ୍ଗ୍ୟାଙ୍କ ସ୍ଥାନ ଓଡ଼ିଶାରେ ନାହିଁ। ବଙ୍ଗ ଭାଷାଭାଷୀ ଶ୍ରମିକଙ୍କୁ ଓଡ଼ିଶା ସରକାର ତଡ଼ିବା ନେଇ ଟିଏମସି ସାଂସଦଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ଅଙ୍ଗ-ବଙ୍ଗ-କଳିଙ୍ଗର ମହତ୍ତ୍ୱ ବିଷୟ ଉଲ୍ଲେଖ କରି କହିଛନ୍ତି ଯେ, ଅନାଦି କାଳରୁ ସମସ୍ତ ରାଜ୍ୟକୁ ସାଙ୍ଗରେ ଧରି ଓଡ଼ିଶା ଆଗକୁ ଚାଲୁଛି। ବଙ୍ଗ ଭାଷାଭାଷୀ ଆମର ବନ୍ଧୁ। ଓଡ଼ିଶା ହେଉଛି ଜଗନ୍ନାଥଙ୍କ ଭୂମି ଏବଂ ମହାପ୍ରଭୁଙ୍କୁ ଇଷ୍ଟଦେବ ଭାବେ ବଙ୍ଗ ଭାଷାଭାଷୀ ମାନନ୍ତି। ଦେଶର ସମ୍ବିଧାନ ସବୁଠାରୁ ଉଚ୍ଚରେ। ହିନ୍ଦୀ ଓ ଉର୍ଦ୍ଦୁ ଭାଷାଭାଷୀ ପାକିସ୍ଥାନ ଚାଲିଯାଆନ୍ତୁ ବୋଲି ଟିଏମସି ସାଂସଦଙ୍କ ଟିପ୍ପଣୀ ଆପତ୍ତିଜନକ ଏବଂ ଏହାକୁ ସେ ପ୍ରତ୍ୟାହାର କରନ୍ତୁ ବୋଲି ସାଂସଦ ଡ. ପାତ୍ର ଦୃଢ ଦାବି କରିଛନ୍ତି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories