www.samajalive.in
Monday, December 15, 2025
15.1 C
Bhubaneswar

ସମ୍ବଲପୁରରେ ସ୍ବାଭାବିକ ହେଲା ଧାନକିଣା

ସମ୍ବଲପୁର : ବରଗଡ ଜିଲା ପରେ ସମ୍ବଲପୁର ଜିଲାରେ ମଣ୍ତିରେ ଚାଷୀ ମାନେ ଧାନ ବିକ୍ରି କୁ ନେଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମଣ୍ତି ଖୋଲିବାର ଦୀର୍ଘ ଚାରି ଦିନ ହେବ ଧାନ ବିକ୍ରି ଠପ୍ ହୋଇଥିବା ବେଳେ ଆଜି ମଣ୍ତିରେଧାନ ବିକ୍ରି ସ୍ଵାଭାବିକ ହୋଇଛି । ବିଭିନ୍ନ ମଣ୍ତିରେ ହଜାର ହଜାର ଧାନ ବସ୍ତା ପଡିରହିଥିବା ବେଳେ ମିଲର ଚୁକ୍ତି ସ୍ଵାକ୍ଷରିତ କରିନଥିବା କାରଣରୁ ଧାନ ବିକ୍ରି ହୋଇପାରୁନଥିଲା ।

ମିଲର ଚୁକ୍ତି ସ୍ଵାକ୍ଷରିତ କରିବା ପରେ ମଣ୍ତିରେ ଆଜି ଧାନ ଉଠିଛି। କିନ୍ତୁ କିଛି ଚାଷୀ ଏଯାଏଁ ଟୋକନ ପାଇ ପାରିନାହାନ୍ତି। ଟୋକନ ପାଇନଥିବାରୁ ହଟାହଟା ହେଉଛନ୍ତି ଚାଷୀ। ଯେଉଁ ଚାଷୀମାନେ ଧାନ ଅମଳ କରିସାରିଛନ୍ତି ସେମାନଙ୍କୁ ଟୋକନ ମିଳିନାହିଁ। ଯାହା ଫଳରେ ଚାଷୀମାନେ ଧାନ ବିକ୍ରି କରିପାରୁନାହାନ୍ତି। ଏପର୍ଯ୍ୟନ୍ତ ସମ୍ବଲପୁର ଜିଲାରେ ୧୬ ହଜାର ଚାଷୀ ଟୋକନ ପାଇନାହାନ୍ତି। ଆଉ କିଛି ଚାଷୀଙ୍କୁ ଗୋଟିଏ ଲେଖାଏଁ ଟୋକନ ମିଳିଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories