ମହିଳାଙ୍କ ପାଇଁ ୫୦% ସଂରକ୍ଷଣ ଦାବିରେ ଶକ୍ତି ଫୋରମର ଧାରଣା

0

ଭୁବନେଶ୍ୱର : ଭୁବନେଶ୍ୱର ଲୋୟର ପଏମଜି ଠାରେ ଶକ୍ତି ଫୋରମ ଦ୍ୱାରା ଏକ ଶାନ୍ତିପୂର୍ଣ୍ଣ ଧାରଣା ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସାମାଜିକ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ମହିଳା ସଂଗଠନର ସଭାବୃନ୍ଦ, ଟ୍ରାନ୍ସଜେଣ୍ଡର କମ୍ୟୁନିଟି, ଛାତ୍ରଗୋଷ୍ଠି ଓ ଯୁବଗୋଷ୍ଠି ଏହି ଧାରଣାରେ ଯୋଗ ଦେଇଥିଲେ। ଚଳିତ ସାଧାରଣ ନିର୍ବାଚନରେ ମହିଳା ମାନଙ୍କୁ ୫୦% ପ୍ରତିନିଧିତ୍ୱ ସୁଯୋଗ ଦେବାପାଇଁ ଦାବି କରାଯାଇଥିଲା। ଯେ ପର୍ଯ୍ୟନ୍ତ ରାଜନୀତିରେ ମହିଳା ମାନଙ୍କର ସକ୍ରିୟ ଅଂଶଗ୍ରହଣ ନ ହୋଇଛି, ସେ ପର୍ଯ୍ୟନ୍ତ ଦେଶର ପ୍ରକୃତ ବିକାଶ ହୋଇପାରିବ ନାହିଁ। ସମସ୍ତ ରାଜନୈତିକ ଦଳକୁ ନିର୍ବାଚନ କମିଶନ ଏହାର ନିର୍ଦ୍ଦେଶ ଦେବା ଦରକାର ବୋଲି ଦାବି କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସୁଜତା ମହାପାତ୍ର, ମେଘନା ସାହୁ, ମନ୍ଦାକିନି ସାମଲ, ସୁଶାନ୍ତ ପ୍ରଧାନ, ସୂର୍ଯ୍ୟକାନ୍ତ ମହାପାତ୍ର, ସଂଗୀତା ମହାପାତ୍ର, ରୀନାରାଣୀ ବେହେରା, ଲିପ୍ସା ନାୟକ ଆଦି ପରିଚାଳନା କରିଥିଲେ।

kalyan agarbati
Leave A Reply