www.samajalive.in
Sunday, December 14, 2025
17.1 C
Bhubaneswar

ଜୀବନଯାକର ସଞ୍ଚିତ ଧନ ଦାନ କରିବେ ଶତାୟୁ ଡାକ୍ତର

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୫ ତାରିଖରେ ଶହେ ବର୍ଷରେ ପାଦ ଦେବା ପୂର୍ବରୁ ଓଡ଼ିଶାର ଜଣାଶୁଣା ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର କେ. ଲକ୍ଷ୍ମୀ ବାଇ ତାଙ୍କ ଜୀବନ ବ୍ୟାପୀ ସଞ୍ଚୟରୁ ୩.୪ କୋଟି ଟଙ୍କା ଭୁବନେଶ୍ଵର ଏମ୍ସକୁ ଦାନ କରିବେ। ମହିଳାଙ୍କ କର୍କଟ ରୋଗ ଚିକିତ୍ସା ସେବାକୁ ସୁଦୃଢ଼ କରିବା ପାଇଁ ସେ ଏହି ଅର୍ଥ ଦାନ କରିଛନ୍ତି। ଡିସେମ୍ବର ୫, ୧୯୨୬ରେ ଜନ୍ମଗ୍ରହଣ କରିଥିଲେ କେ. ଲକ୍ଷ୍ମୀବାଇ। ୧୯୪୫ ବ୍ୟାଚ୍‌ରେ କଟକ ଏସ୍‌ସିବି ମେଡିକାଲ କଲେଜର ପ୍ରଥମ ଏମ୍‌ବିବିଏସ୍‌ ବ୍ୟାଚ୍‌ର ଛାତ୍ରୀ ଥିଲେ।

୧୯୫୦ରେ ସୁନ୍ଦରଗଡ଼ ସରକାରୀ ଡାକ୍ତରଖାନାରୁ ତାଙ୍କର ବୃତ୍ତିଗତ ଯାତ୍ରା ଆରମ୍ଭ ହୋଇଥିଲା ଏବଂ ସେ ୧୯୮୬ରେ ଏମ୍‌କେସିଜି ମେଡିକାଲ୍ କଲେଜ, ବ୍ରହ୍ମପୁରରୁ ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଭାଗର ପ୍ରଫେସର ଭାବରେ ଅବସର ନେଇଥିଲେ। ଏହି ଅନୁଦାନ ଏମ୍ସ ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର ‘ଗାଇନୋକୋଲୋଜିକାଲ୍ ଅଙ୍କୋଲୋଜି ପ୍ରୋଗ୍ରାମ୍’ ସ୍ଥାପନ କରିବାରେ ସାହାଯ୍ୟ କରିବ ବୋଲି ଡାକ୍ତର ଲକ୍ଷ୍ମୀ ଆଶା ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମ ଭବିଷ୍ୟତର ବିଶେଷଜ୍ଞମାନଙ୍କୁ ତାଲିମ ଦେବା ସହ କର୍କଟ ସହ ଲଢ଼ୁଥିବା ମହିଳାଙ୍କ ପାଇଁ ଉନ୍ନତ ଚିକିତ୍ସା ବିକଳ୍ପ ଯୋଗାଇବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories