www.samajalive.in
Saturday, December 6, 2025
16.1 C
Bhubaneswar

ଆପଣ ବି ଖାଇବା ପ୍ରେମୀ କି ? ଆପଣାନ୍ତୁ ଏହି ଉପାୟ ପେଟ ଜନିତ ସମସ୍ୟାରୁ ମିଳିବ ମୁକ୍ତି

ପାଟିର ସ୍ୱାଦ ପାଇଁ ହେଉ ଅଥବା ନିଜ ପସନ୍ଦ ଅନୁଯାୟୀ ହେଉ, ବହୁ ସମୟରେ ଏପରି ହୋଇଥାଏ ଯେ ଖାଦ୍ୟ ଖାଇବାର କିଛି ସମୟ ପରେ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଥାଏ। ଜଳାପୋଡ଼ା ହେବା ଭଳି ଅନୁଭୂତ ହୋଇଥାଏ। ପ୍ରାୟତଃ ମସଲାଯୁକ୍ତ ଓ ବାହାରର ତେଲ ଛଣା ଖାଦ୍ୟ ଖାଇବା ପରେ ଏହି ସମସ୍ୟା ଅଧିକ ସୃଷ୍ଟି ହୋଇଥାଏ। ଏହା ଶରୀରର କ୍ଷତି କରିବା ସହ ପାଚନ ତନ୍ତ୍ର ଉପରେ କୁପ୍ରଭାବ ପକାଇଥାଏ। ଏସିଡ଼ିଟି, ବଦହଜିମି, ଡ଼ାଇରିଆ ଆଦି ଏହି କାରଣରୁ ସୃଷ୍ଟି ହୋଇଥାଏ। ମାତ୍ର କିଛି ଘରୋଇ ସହଜ ଉପାୟ ଆମେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା। ଜାଣନ୍ତୁ ସେହି ଉପାୟ ଗୁଡ଼ିକ ବିଷୟରେ….
ପାନମଧୁରୀ ପାଣି –
ପାନମଧୁରୀକୁ ରାତିରେ ପାଣିରେ ଭିଜାଇ ନିୟମିତ ପିଇବା ଦ୍ୱାରା ପେଟ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ। ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ଏସିଡ଼ିଟି ସମସ୍ୟା ଦୂର ହୋଇଥାଏ।
ପୁଦିନା ଜୁସ –
ପୁଦିନା ଜୁସରେ ଥିବା ପୋଷକ ତତ୍ତ୍ୱ ପେଟକୁ ଥଣ୍ଡା ରଖିଥାଏ। ତେଣୁ ନିୟମିତ ପୁଦିନା ଜୁସ ପିଇବା ଦ୍ୱାରା ପେଟ ସହ ଜଡ଼ିତ ବିଭିନ୍ନ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହି ଜୁସ ପ୍ରସ୍ତୁତ ପାଇଁ ପ୍ରଥମେ ପୁଦିନାକୁ ପେଷି ଏହାର ରସରେ ସାମାନ୍ୟ ମହୁ ମିଶାଇ ପିଅନ୍ତୁ।

courtesy : thestatesman.com

ପୁଦିନା ଓ ଗାଜର ଜୁସ –
ଗାଜର ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ଅଟେ। ଏହାର ଜୁସ ପେଟକୁ ଥଣ୍ଡା ରଖିଥାଏ। ଯେଉଁ ଦିନ ଆପଣ ଅଧିକ ମସଲା ଯୁକ୍ତ ଖାଦ୍ୟ ଓ ବାହାରର ଖାଦ୍ୟ ଖାଉଛନ୍ତି, ସେ ଦିନ ନିଶ୍ଚୟ ଗାଜର ଓ ପୁଦିନାକୁ ମିଶାଇ ଜୁସ ପ୍ରସ୍ତୁତ କରି ପିଅନ୍ତୁ। ଏପରି କରିବା ଦ୍ୱାରା ପେଟରେ ହେଉଥିବା ଜଳାପୋଡ଼ା, ଏସିଡ଼ିଟି ଭଳି ବିଭିନ୍ନ ସମସ୍ୟାରୁ ମୁକ୍ତି ମିଳିପାରିବ।
ବିଟ ଜୁସ –
ବିଟ ଜୁସ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ଅଟେ। ଏଥିରେ ଥିବା ଆଣ୍ଟିଅକ୍ସିଡ଼ାଣ୍ଟ ଖାଦ୍ୟକୁ ଭଲ ଭାବେ ହଜମ କରିଥାଏ। ପେଟ ଯନ୍ତ୍ରଣାକୁ କମ କରିଥାଏ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories