www.samajalive.in
Monday, December 15, 2025
27.1 C
Bhubaneswar

ଆଇସିସି ଦିନିକିଆ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନକୁ ଫେରିଲେ ରୋହିତ

ସମାଜ ନ୍ୟୁଜ ଡେସ୍କ- ରୋହିତ ଶର୍ମା ପୂନର୍ବାର ଆଇସିସି ଦିନିକିଆ ର‌୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନକୁ ଫେରିଛନ୍ତି । ଅକ୍ଟୋବର ୨୫ ପରଠାରୁ ରୋହିତ ଆଉ କୌଣସି ମ୍ୟାଚ ଖେଳି ନାହାନ୍ତି । ଅପରପକ୍ଷରେ ଶୀର୍ଷ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ଡାରେଲ ମିଚେଲ ଆଘାତ ସମସ୍ୟା ଯୋଗୁ ୨ଟି ଦିନିକିଆ ଖେଳି ପାରି ନାହାନ୍ତି । ଫଳରେ ତାଙ୍କ ର‌୍ୟାଙ୍କିଙ୍ଗ ପଂଏଟ କମିଥିଲା ଏବଂ ସେ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି ।

- Advertisement -

ଅକ୍ଟୋବର ୨୯ ପୂର୍ବରୁ ରୋହିତ ବୟୋଜ୍ୟେଷ୍ଠ ଖେଳାଳି ଭାବେ ଶୀର୍ଷ ସ୍ଥାନ ହାସଲ କରିଥିଲେ । ସେ ସମୟରେ ତାଙ୍କ ବୟସ ୩୮ ବର୍ଷ ୧୮୨ ଦିନ ରହିଥିଲା । ଏହା ପରେ ମିଚେଲ ତାଙ୍କୁ ପ୍ରଥମ ସ୍ଥାନରୁ ହଟେଇ ଦେଇଥିଲେ । ଟିମ ଇଣ୍ଡିଆ ଅଧିନାୟକ ଶୁଭମନ ଗିଲ ୪ର୍ଥ, ବିରାଟ କୋହଲି ୫ମ ଓ ଶ୍ରେୟାଶ ଆୟାର ୯ମ ସ୍ଥାନରେ ରହିଛନ୍ତି । ଆଫଗାନିସ୍ତାନର ରଶିଦ ଖାଁ ବୋଲରଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛନ୍ତି । ଭାରତର କୂଲଦୀପ ଯାଦବ ୭ମ ସ୍ଥାନରେ ରହିଛନ୍ତି ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories