www.samajalive.in
Saturday, December 6, 2025
26.1 C
Bhubaneswar

ପାଟିକୁ ପିତା କିନ୍ତୁ ଶରୀର ପାଇଁ ଲାଭଦାୟକ ଏହି ପରିବା

ସମସ୍ତେ ଜାଣିଛନ୍ତି ଯେ, ସବୁଜ ପନିପରିବା ଖାଇବା ଦ୍ବାରା ସ୍ବାସ୍ଥ୍ୟ ଭଲ ରହିଥାଏ। କିନ୍ତୁ ସେହି ପରିବା ମଧ୍ୟରୁ କିଛି ପରିବା ଏପରି ରହିଛି ଯାହା ଶରୀର ପାଇଁ ଅନେକ ଲାଭଦାୟକ ହୋଇଥାଏ। ଏପରି ଏକ ପରିବା ହେଉଛି କଲରା। କଲରା ପାଟିକୁ ପିତା ଲାଗିଲେ ମଧ୍ୟ ଶରୀର ପାଇଁ ଉତ୍ତମ ଅଟେ। ଆସନ୍ତୁ ଜାଣିବା ଶରୀର ପାଇଁ କଲରାର ଉପକାରିତା ସମ୍ବନ୍ଧରେ ..

କୋଷ୍ଠକାଠିନ୍ୟ ସମସ୍ୟା ଦୂର କରେ :

- Advertisement -

ଯଦି ଆପଣ କୋଷ୍ଠକାଠିନ୍ୟ ସମସ୍ୟା ପାଇଁ ଚିନ୍ତିତ ତେବେ କଲରା ଖାଇବା ଉଚିତ। ଏହା ଖାଇବା ଦ୍ବାରା ପେଟ ସଫା ରହିଥାଏ। କଲରାର ଜୁସ ମଧ୍ୟ ଆପଣ ସେବନ କରିପାରିବେ। ନିୟମିତ କଲରା ଖାଇବା ଦ୍ବାରା କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିବ।

ପିଲାଙ୍କ ପାଇଁ ଲାଭଦାୟକ :

ଯଦି ପିଲାମାନଙ୍କର ଶରୀରରେ ଆଇରନ ଜନିତ ସମସ୍ୟା ରହିଥାଏ ତେବେ କଲରା ଖାଇବା ଉଚିତ। ଏହାସହ କଲରା ଜୁସକୁ ମହୁ ସହ ମିଶାଇ ମଧ୍ୟ ପିଲାମାନେ ଖାଇପାରିବେ। ଏପରି କରିବା ଦ୍ବାରା ପିଲାମାନଙ୍କର ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ।

ଅର୍ଶ ରୋଗରୁ ମୁକ୍ତି :

ଅର୍ଶ ରୋଗ ଏକ ମାରାତ୍ମକ ରୋଗ ଅଟେ। ଏହାକୁ ଅପରେସନ କରି ଭଲ କରାଯାଇଥାଏ। କଲରାକୁ ନିୟମିତ ଭାବେ ଖାଇବା ଦ୍ବାରା ଅର୍ଶ ପରି ରୋଗରୁ ମୁକ୍ତି ମିଳିଥାଏ।

ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ :

କଲରା ଜୁସ୍ ପିଇବା ଦ୍ବାରା ମଧୁମେହ ରୋଗରୁ ମୁକ୍ତି ମିଳେ। ଡାକ୍ତରମାନେ ମଧୁମେହ ରୋଗୀଙ୍କୁ କଲରା ଖାଇବାକୁ ପରାମର୍ଶ ଦେଇଥାଆନ୍ତି।

ଓଜନ ନିୟନ୍ତ୍ରଣ ହୋଇଥାଏ :

କଲରା କେବଳ ପେଟକୁ ଠିକ କରି ନ ଥାଏ ଏହା ଆପଣଙ୍କ ଓଜନ ନିୟନ୍ତ୍ରଣ ମଧ୍ୟ କରିଥାଏ। କଲରା ଖାଇବା ଦ୍ବାରା ପାଚନ ତନ୍ତ୍ର ମଜଭୂତ କରିବା ସହ କ୍ୟାଲୋରୀ ନିୟନ୍ତ୍ରଣ କରିଥାଏ। ଯାହା ଦ୍ବାରା ଓଜନ ନିୟନ୍ତ୍ରଣ ହୋଇଥାଏ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories