www.samajalive.in
Saturday, December 6, 2025
14.1 C
Bhubaneswar

ଜାଣନ୍ତୁ ବ୍ୟକ୍ତିଙ୍କ ହସ୍ତ ଆଙ୍ଗୁଠିରୁ ତାଙ୍କ ଜୀବନ ସାଥିଙ୍କ ବିଷୟରେ

ସୁଖ ଓ ଶାନ୍ତିରେ ଜୀବନ ଅତିବାହିତ କରିବାକୁ ସଭିଏଁ ବେଶ ଇଚ୍ଛା କରିଥାଆନ୍ତି। ତେଣୁ ଆପଣଙ୍କ ଜୀବନ ସାଥି ସର୍ବଗୁଣ ସମ୍ପନ୍ନ ହୋଇଥିବେ ତେବେ ଆପଣଙ୍କ ସାରା ଜୀବନ ସୁଖ ଓ ଶାନ୍ତିରେ ଅତିବାହିତ କରିପାରିବେ। ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ , ବ୍ୟକ୍ତିଙ୍କ ହସ୍ତରୁ ତାଙ୍କ ଜୀବନ ସାଥିଙ୍କ ବିଷୟରେ ବହୁ କିଛି ଜାଣି ହୁଏ।
ଯେଉଁ ବ୍ୟକ୍ତିଙ୍କ ହସ୍ତର ଅଙ୍ଗୁଠି ସୁନ୍ଦର ଓ ଆକର୍ଷଣ ଯୁକ୍ତ ହୋଇଥାଏ , ସେମାନଙ୍କ ଜୀବନ ସାଥି ସୁନ୍ଦର ଓ ବୈବାହିକ ଜୀବନ ସୁଖମୟ ହୋଇଥାଏ।
ଯେଉଁ ବ୍ୟକ୍ତିମାନଙ୍କ ହସ୍ତର ଅଙ୍ଗୁଠି ଲମ୍ବା ଓ ପ୍ରତ୍ୟେକ ଅଙ୍ଗୁଠି ଗୁଡ଼ିକ କମ ବ୍ୟବଧାନରେ ଥାଏ ଏବଂ କାଣି ଆଙ୍ଗୁଠି ଅପେକ୍ଷାକୃତ ସାନ ଥାଏ, ସେମାନଙ୍କ ପତ୍ନୀ ସର୍ବଗୁଣ ସମ୍ପନ୍ନ ଓ କାର୍ଯ୍ୟରେ ତତ୍ପର ଅଟନ୍ତି। ପତିଙ୍କ ସହ ସୁଖଦୁଃଖ ସବୁ ସମୟରେ ସାଥି ହୋଇଥାଆନ୍ତି।
ଯେଉଁ ବ୍ୟକ୍ତିମାନଙ୍କ ହସ୍ତର ଆଙ୍ଗୁଠି ସାମାନ୍ୟ ବଡ଼ ଓ ଶକ୍ତ ହୋଇଥାଏ, ସେମାନଙ୍କ ପତ୍ନୀ କଥା କଥାରେ କ୍ରୋଧ କରିଥାଆନ୍ତି। ଭ୍ରମଣ କରିବା ସେମାନଙ୍କୁ ଖୁବ ପସନ୍ଦ ହୋଇଥାଏ।
ଯେଉଁ ବ୍ୟକ୍ତିମାନଙ୍କ ହସ୍ତର ଆଙ୍ଗୁଠି ଖୁବ ଛୋଟ ଓ ଚଉଡ଼ାଯୁକ୍ତ ହୋଇଥାଏ , ସେମାନଙ୍କ ଜୀବନରେ ବାଧାବିଘ୍ନ ସର୍ବଦା ଲାଗିରହିଥାଏ। ମାତ୍ର ବାଧାବିଘ୍ନ ସର୍ତ୍ତେ ନିଜର ନିଷ୍ଠାପଣ ହେତୁ ଜୀବନରେ ଖୁସି ମିଳିଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories