ସମାଜ ଡିଜିଟାଲ ଡେସ୍କ: ନୂଆପଡା ଉପନିର୍ବାଚନରେ ଭୋଟ ଗଣତି ଜାରି ରହିଛି । ୧୯ତମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୯୨,୯୪୭ଭୋଟରେ ଆଗୁଆ ରହି ପ୍ରଥମ ସ୍ଥାନରେ ରହିଥିବା ବେଳେ ୩୦,୬୩୪ ଭୋଟ ପାଇ ଦ୍ୱିତୀୟରେ ରହିଛନ୍ତି କଂଗ୍ରେସର ଘାସିରାମ ମାଝୀ ।
ସବୁଠାରୁ ଆଶର୍ଯ୍ୟର କଥା ହେଲା ପୂର୍ବରୁ ବିଜେଡି ଦଖଲରେ ଥିବା ନୂଆପଡା ଏବେ ତୃତୀୟ ସ୍ଥାନରେ ରହିଛି । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୨୯.୦୨୬ଭୋଟ ପାଇ ତୃତୀୟରେ ରହିଛନ୍ତି । ବିଜେପି ବିଜୟ ଆଡକୁ ବଡୁଥିବା ବେଳେ କଂଗ୍ରେସ ଓ ବିଜେଡି ଆରୋପ ଲଗାଇଛନ୍ତି । କଂଗ୍ରେସ ପ୍ରାର୍ଥୀ ଘାସିରାମ କହିଛନ୍ତି ଏଠାରେ ଭୋଟର ଟଙ୍କାରେ ବିକ୍ରି ହୋଇଛନ୍ତି ।



