www.samajalive.in
Monday, December 15, 2025
15.1 C
Bhubaneswar

୩ ଘଣ୍ଟାରେ ହଟିବ ଆପତ୍ତିଜନକ ପୋଷ୍ଟ

ଭୁବନେଶ୍ୱର: କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ପ୍ରସ୍ତୁତ ଭିଡିଓ, ଅଡିଓ ସହାୟତାରେ ନିର୍ବାଚନ ପ୍ରଚାର କରିବାରେ ସମସ୍ୟା ନାହିଁ। ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ସୀମା ମଧ୍ୟରେ ରହି ଏଆଇର ଉପଯୋଗ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ନୂଆପଡ଼ା ଉପ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ସମସ୍ତ ରାଜନୈତିକ ଦଳ, ପ୍ରାର୍ଥୀ ଏବଂ ସେମାନଙ୍କ ପ୍ରଚାର ପ୍ରତିନିଧିଙ୍କୁ ସତର୍କ କରାଇଛନ୍ତି। ଡିପ୍‌ ‌େ‌ଫକ୍ ଅବା କପୋଳକଳ୍ପିତ ଭିଡିଓ, ଅଡିଓ ଜରିଆରେ ନିର୍ବାଚନକୁ ପ୍ରଭାବିତ କରିବା କାର୍ଯ୍ୟରୁ ବିରତ ରହିବା ପାଇଁ ନିବେଦନ କରାଯାଇଛି। ଆପତ୍ତିଜନକ ଏବଂ ବିଭ୍ରାନ୍ତିକର ପୋଷ୍ଟକୁ ସାମାଜିକ ଗଣମାଧ୍ୟମରୁ ତିନି ଘଣ୍ଟା ମଧ୍ୟରେ ହଟାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି।
ସିଇଓଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ଆଇଟି ନିୟମ-୨୦୨୧ ଏବଂ ଏସମ୍ପର୍କିତ ଜାରି ସମସ୍ତ ନିର୍ଦେଶାବଳୀର ଅନୁପାଳନ କରି ପ୍ରଚାର କିମ୍ବା ସାମାଜିକ ଗଣମାଧ୍ୟମରେ ପ୍ରଦର୍ଶନ ପାଇଁ ଏଆଇ ଦ୍ବାରା ପ୍ରସ୍ତୁତ ଭିଡିଓ, ଅଡିଓ ଆଦି ଦାୟିତ୍ବର ସହ କରାଯିବା ଆବଶ୍ୟକ। ଏହା ଉଦ୍ଦେଶ୍ୟମୂଳକ, ମିଥ୍ୟା ତଥ୍ୟ ଆଧାରିତ, କାହାକୁ ଅସମ୍ମାନ କରିବା କିମ୍ବା ହାନି ପହଞ୍ଚାଇବା ଭଳି ହୋଇନଥିବା ଜରୁରୀ। ସବୁ ଭିଡିଓରେ ପ୍ରସ୍ତୁତକର୍ତ୍ତା ସଂସ୍ଥାର ନାମ ମେଟା ଡାଟା କିମ୍ବା ସଂଲଗ୍ନ କ୍ୟାପସନରେ ସ୍ପଷ୍ଟ ଭାବେ ଲେଖା ରହିବ। ଭୋଟରଙ୍କୁ ବିଭ୍ରାନ୍ତ କିମ୍ବା ପ୍ରତାରଣା କରିବା, କୌଣସି ବ୍ୟକ୍ତିଙ୍କ ପରିଚୟ, ରୂପ, କିମ୍ବା ସ୍ୱରକୁ ଭୁଲ ଭାବେ ପ୍ରକାଶ କିମ୍ବା ଫରୱାର୍ଡ଼ କରାଯିବ ନାହିଁ। ଅଫିସିଆଲ୍‌ ପାର୍ଟି ହ୍ୟାଣ୍ଡେଲରେ ଥିବା କୌଣସି କୃତ୍ରିମ ଭାବେ ପ୍ରସ୍ତୁତ ଫଟୋ, ଅଡିଓ, ଭିଡିଓ, ଭୁଲ ସୂଚନା ନିର୍ବାଚନ ଆୟୋଗଙ୍କ ଦୃଷ୍ଟିକୁ ଆସିବାର ୩ ଘଣ୍ଟା ମଧ୍ୟରେ ହଟାଇ ଦିଆଯିବ। ରାଜନୈତିକ ଦଳଗୁଡ଼ିକ ଏଆଇ ପ୍ରସ୍ତୁତ କର୍ତ୍ତାଙ୍କ ବିବରଣୀ ଏବଂ ପ୍ରସ୍ତୁତିର ରେକର୍ଡ ରଖିବେ ଏବଂ ନିର୍ବାଚନ ଆୟୋଗଙ୍କ ନିର୍ଦେଶରେ ଯାଞ୍ଚ ପାଇଁ ଉପଲବ୍ଧ କରାଇବେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories