ପାତ୍ରପୁର: ନିଟ୍ ପରୀକ୍ଷା ପାଇଁ ରାଜସ୍ଥାନର କୋଟାରେ କୋଚିଂ ନେଉଥିବା ଜଣେ ଛାତ୍ରର ଶନିବାର ମୃତ୍ୟୁ ଘଟିଛି। ଛାତ୍ରଜଣକ ହେଉଛନ୍ତି ପାତ୍ରପୁର ବ୍ଳକ ଜରଡ଼ା ପଞ୍ଚାୟତ ଅଭୟପୁର ଗ୍ରାମର ରାଧାଶ୍ୟାମ ପାତ୍ରଙ୍କ ପୁଅ ରୋଷନ ପାତ୍ର । ରୋଷନ ଗତବର୍ଷ ଠାରୁ କୋଟାରେ ରହି ଏକ ଅନୁଷ୍ଠାନରେ ତାଲିମ ନେଉଥିଲେ। ଶନିବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ଖବର ତାଙ୍କ ସାଙ୍ଗମାନେ ଜଣାଇଥିଲେ। ସେ ରହୁଥିବା ଘରେ ହଠାତ ତାଙ୍କର ମୃତ୍ୟୁ ହୋଇଥିବା ଖବର ପାଇ ବାପା ଏବଂ ଦାଦା କୋଟା ଅଭିମୁଖେ ଯାଇଛନ୍ତି। ଆଜି ସେମାନେ ପହଞ୍ଚିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ। ରୋଷନଙ୍କ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳିଯାଇଛି।
କୋଟାରେ ଓଡିଶା ଛାତ୍ରଙ୍କ ମୃତ୍ୟୁ: ଆଜି ମୃତଦେହ ପହଞ୍ଚିବା ପରେ ସ୍ପଷ୍ଟ ହେବ ମୃତ୍ୟୁ ପଛର କାରଣ
Popular Categories



