www.samajalive.in
Friday, December 12, 2025
15.1 C
Bhubaneswar

ଭଗବାନ ଶିବଙ୍କ ରୁଦ୍ରାଭିଷେକ ଦ୍ବାରା ହୁଏ ସମସ୍ତ ମନୋକାମନା ପୂର୍ଣ୍ଣ

ମହାଶିବରାତ୍ରୀ ହେଉଛି ହିନ୍ଦୁ ଧର୍ମର ଏକ ବଡ ପର୍ବ। ଏହା ଫାଲଗୁନ ମାସ କୃଷ୍ଣ ପକ୍ଷର ଚତୁର୍ଦଶୀ ତିଥିରେ ପାଳନ କରାଯାଇଥାଏ। ଏହି ଦିନ ପ୍ରଭୁ ଶିବଙ୍କର ଉପାସନା କରିବା ଦ୍ବାରା ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ବ୍ୟକ୍ତିକୁ ଜୀବନରେ ସମସ୍ତ ସୁଖ ମିଳିଥାଏ। ଏହି ଦିନ ବ୍ରତ, ଉପବାସ, ମନ୍ତ୍ରଜପ କରିବା ଉଚିତ।

ଆଜିର ମହାଶିବରାତ୍ରୀ ସୋମବାର ଦିନ ପଡୁଛି। ଏହା ଏକ ବଡ ସଂଯୋଗ ଅଟେ। ଏହାସହ ଶ୍ରବଣ ନକ୍ଷତ୍ରରେ ମଧ୍ୟ ଏହି ପର୍ବ ପଡିଛି। ତେଣୁ ଏହା ଏକ ଶୁଭ ସଂଯୋଗ ବୋଲି କୁହାଯାଇଛି।

- Advertisement -

ମହାଶିବାରାତ୍ରୀରେ ଭଗବାନ ଶିବଙ୍କ ରୁଦ୍ରାଭିଷେକ କରାଇବା ଦ୍ବାରା ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତି ହୋଇଥାଏ।

ଗାଈ କ୍ଷୀରରେ ପ୍ରଭୁଙ୍କ ରୁଦ୍ରାଭିଷେକ କରାଇବା ଦ୍ବାରା ସମ୍ପନ୍ନତା ଆସିଥାଏ। ଏହାସହ ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ।

ଧନ ପ୍ରାପ୍ତି ପାଇଁ ପ୍ରଭୁଙ୍କୁ ଦେଶୀ ଘିଅରେ ରୁଦ୍ରାଭିଷେକ କରାନ୍ତୁ।

ଯେକୌଣି ବିଶେଷ ଉଦ୍ଦେଶ୍ୟ ପାଇଁ କୌଣସି ତୀର୍ଥ ସ୍ଥାନର ନଦୀର ଜଳ ଆଣି ପ୍ରଭୁଙ୍କୁ ଅଭିଷେକ କରାନ୍ତୁ।

ପ୍ରଭୁଙ୍କୁ ଆଖୁ ରସରେ ରୁଦ୍ରାଭିଷେକ କରାଇବା ଦ୍ବାରା କାର୍ଯ୍ୟକ୍ଷେତ୍ରରେ ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ।

ମହୁରେ ପ୍ରଭୁଙ୍କ ରୁଦ୍ରାଭିଷେକ କରାଇବା ଦ୍ବାରା ଜୀବନରେ ଦୁଃଖ ଦୂର ହୋଇଥାଏ।

ଏହି ଦିନ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ଦ୍ବାରା ସମସ୍ତ ରୋଗରୁ ମୁକ୍ତି ମିଳିଥାଏ ଏବଂ ବ୍ୟକ୍ତି ଦୀର୍ଘାୟୁ ହୋଇଥାଏ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories