ଭୁବନେଶ୍ବରରେ ରେଳ ରାଷ୍ଟ୍ରମନ୍ତ୍ରୀଙ୍କୁ ବିଜେଡିର ବିରୋଧ
ଭୁବନେଶ୍ବର : ଭୁବନେଶ୍ବରରେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନାଙ୍କୁ ବିଜେଡି ପକ୍ଷରୁ ବିରୋଧ କରାଯାଇଛି। ସେ ରେଳୱେ ଅଡିଟୋରିୟମର କାର୍ଯ୍ୟକ୍ରମକୁ ଆସୁଥିବା ବେଳେ ବିରୋଧ କରାଯାଇଛି। ତେଣୁ ସେ ଅଡିଟୋରିୟମର ଅନ୍ୟ ଏକ ଫାଟକ ଦେଇ ଭିତରକୁ ଯାଇଥିବା ଜଣାପଡିଛି। ବିଜେଡି ୱାଲଟିୟର ରେଳ ଡିଭିଜନ ବିଭାଜନକୁ ବିରୋଧ କରି ଏପରି କରିଥିବା ଜଣାପଡିଛି।