www.samajalive.in
Monday, December 8, 2025
14.1 C
Bhubaneswar

ଇମ୍ରାନଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ପାକିସ୍ତାନରେ ଦାବି

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ଭାରତକୁ ଫେରାଇ ଦେଇଥିବାରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରିବାକୁ ଦାବି ଉଠିଛି। ଏ ନେଇ ପାକିସ୍ତାନ ସଂସଦରେ ପ୍ରସ୍ତାବ ଆଗତ କରାଯାଇଛି।

ଅଭିନନ୍ଦନ ପାକ୍‌ ବାୟୁସେନାର ଲଢୁଆ ଯୁଦ୍ଧ ବିମାନ ଏଫ-୧୬କୁ ଆକ୍ରମଣ କରି ଖସାଇ ଦେବା ପରେ ନିଜେ ପାକିସ୍ତାନରେ ଖସିପଡ଼ିଥିଲେ। ପାକ୍‌ ସେନା ତାଙ୍କୁ ଅଟକ ରଖିଥିଲା। ଏହାପରେ ଭାରତ ଏବଂ ବିଶ୍ଵ ସମୁଦାୟର ପ୍ରବଳ ଚାପ ଯୋଗୁ ଇମ୍ରାନ ଅଭିନନ୍ଦନଙ୍କୁ ଭାରତକୁ ଫେରାଇଥିଲେ। ମାତ୍ର ସେ ଅଭିନନ୍ଦନଙ୍କୁ ଫେରସ୍ତ ପ୍ରକ୍ରିୟାକୁ ଏଭଳି ଆୟୋଜନ କରିଥିଲେ ଯେ ଯେପପି ସେ ଶାନ୍ତି ଚାହୁଁଥିବା ବାର୍ତ୍ତା ଦେଇଥିଲେ। ଏହା ପରେ ପାକିସ୍ତାନ ସଂସଦରେ ଏକ ପ୍ରସ୍ତାବ ଆଗତ ହୋଇଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ହ୍ରାସ କରିବା ଏବଂ ଯୁଦ୍ଧ ପରିସ୍ଥିତିକୁ ପ୍ରଶମିତ କରିଥିବାରୁ ଇମ୍ରାନଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦିଆଯିବା ଉଚିତ ବୋଲି ପ୍ରସ୍ତାବରେ ଦାବି କରାଯାଇଛି।

- Advertisement -

ତେବେ ଇମ୍ରାନ ଏହା ଉପରେ ମତ ରଖି କହିଛନ୍ତି, ନୋବେଲ ପୁରସ୍କାର ପାଇଁ ସେ ଯୋଗ୍ୟ ନୁହନ୍ତି। ଯିଏ କାଶ୍ମୀରୀବାସୀଙ୍କ ଇଚ୍ଛା ଅନୁସାରେ କାଶ୍ମୀର ସମସ୍ୟାର ସମାଧାନ କରିବ ତାଙ୍କୁ ହିଁ ନୋବେଲ ପୁରସ୍କାର ଦିଆଯାଉ। ଏହି ସମସ୍ୟାର ସମାଧାନ ହେଲେ କାଶ୍ମୀରରେ ଶାନ୍ତି ଆଉ ବିକାଶ ଫେରିବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories