www.samajalive.in
Tuesday, December 9, 2025
15.1 C
Bhubaneswar

ସହିଦନଗର ଥାନାରେ ପଶି ଅଭିଯୁକ୍ତଙ୍କୁ ଆକ୍ରମଣ; ଅଟକାଇବାକୁ ଯାଇ ପୁଲିସ ଲହୁଲୁହାଣ

ଭୁବନେଶ୍ଵର: ଭୁବନେଶ୍ଵର ସହିଦ ନଗର ଥାନାରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। କେତେଜଣ  ଦୁର୍ବୃତ୍ତ ଥାନାରେ ପଶି ଅଭିଯୁକ୍ତଙ୍କୁ ଆକ୍ରମଣ କରିଛନ୍ତି। ଏହି ସମୟରେ ପୁଲିସ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରି ଆକ୍ରମଣର ଶିକାର ହୋଇଛି। ଦୁର୍ବୃତ୍ତଙ୍କ ମାଡ଼ରେ ଥାନା ଅଧିକାରୀଙ୍କ ସମେତ ୪ ପୁଲିସ କର୍ମଚାରୀ ଲହୁଲୁହାଣ ହୋଇଛନ୍ତି। ଏପରି କି ଦୁର୍ବୃତ୍ତମାନେ ଥାନାରେ ଚୌକି, ଟେବୁଲ, ଫୁଲକୁଣ୍ଡ, ସିସିଟିଭି କ୍ୟାମେରା ଆଦି ଭଙ୍ଗାରୁଜା କରିଛନ୍ତି।

ସୂଚନା ମୁତାବକ, ରବିବାର ରାତି ପ୍ରାୟ ୯ଟାରେ ଭିଏସଏସ ନଗରର ଜିଏଲ କଲୋନୀରେ ଦୁଇଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଉଭୟ ଗାଡ଼ିର ଚାଳକଙ୍କ ମଧ୍ୟରେ ବଚସା ଚାଲିଥିବା ବେଳେ ସ୍ଥାନୀୟ ଜଣେ ଯୁବନେତା ସେମାନଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ। ମାତ୍ର ଉଭୟ ଚାଳକ ତାଙ୍କୁ ଆକ୍ରମଣ କରିଥିଲେ। ସେ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରୁ ୩ ଜଣଙ୍କୁ ଥାନାକୁ ଆଣିଥିଲା। କିଛି ସମୟ ପରେ ୮ରୁ ୧୦ ଯୁବକ ଥାନାକୁ ପଶି ସମ୍ପୃକ୍ତ ୩ ଜଣଙ୍କୁ ଭିଡ଼ି ଆଣି ନିସ୍ତୁକ ମାଡ଼ ମାରିଥିଲେ। ଥାନାରେ ଉପସ୍ଥିତ ଥିବା ଏଏସଆଇ ଏମ.ସି.ଏଚ. ମୁର୍ମୁ ଅଟକାଇଥିଲେ। କିନ୍ତୁ ସେମାନେ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ। ପରେ ଥାନାରେ ଉପସ୍ଥିତ ଅନ୍ୟ ୨ ପୁଲିସ କର୍ମଚାରୀ ଏବଂ ଆଇଆଇସି ଆସି ସମ୍ପୃକ୍ତ ଯୁବକମାନଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେମାନେ କାହାକୁ ଛାଡ଼ି ନ ଥିଲେ। ପୁଲିସ, ଅଭିଯୁକ୍ତ ସମସ୍ତଙ୍କୁ ମାଡ଼ ମାରିଥିଲେ। ଜଣେ ପୁଲିସ କର୍ମଚାରୀଙ୍କର ମୁଣ୍ଡ ଫାଟିଯାଇଥିଲା। ପରେ ସେମାନେ ଖସି ପଳାଇବାକୁ ଉଦ୍ୟମ କରିବା ବେଳେ ଅନ୍ୟ ପୁଲିସ କର୍ମଚାରୀମାନେ ସେମାନଙ୍କୁ କାବୁ କରିଥିଲେ।

- Advertisement -

ଅନ୍ୟପଟେ ଏହି ଘଟଣା ପରେ କମିଶନରେଟ ପୋଲିସର ସୁରକ୍ଷା ବ୍ୟବସ୍ଥା ଉପରେ ଅଙ୍ଗୁଳି ଉଠିଛି। ଯେଉଁଠି ଦୁର୍ବୃତ୍ତମାନେ ଥାନାରେ ପଶି ଅଭିଯୁକ୍ତ ଏବଂ ପୁଲିସକୁ ଆକ୍ରମଣ କରିପାରୁଛନ୍ତି ସେଠାରେ ଜନସାଧାରଣ କେତେ ସୁରକ୍ଷିତ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories